Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ରେ ଜିଲ୍ଲା ସ୍ତରୀୟ ଏସବିଆଇ ପେନଶନର୍ସ ମିଟ

ବରଗଡ଼ :ସ୍ଥାନୀୟ ସାଇ କ୍ରିଷନା ପେଲେସ, ବରଗଡ ଠାରେ ଶ୍ରୀ ଗୋପୀନାଥ ଦେବତା ଙ୍କ ସଭାପତିତ୍ୱ ରେ ବରଗଡ ଏସ ବି ଆଇ ପେନସନର୍ସ ୱେଲଫେୟାର ସଂଘ ତରଫରୁ ଏକ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ସମ୍ପାଦକ କୁଞ୍ଜ ବିହାରୀ ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ। କିଶୋର ଷଢଙ୍ଗୀ ପେନସନ ଓ ଏକ୍ସ ଗ୍ରାସିଆ ର ତାଜା ସ୍ଥିତି ସମ୍ପର୍କ ରେ ସଦସ୍ୟ ମାନଙ୍କୁ ଅବଗତ କରେଇଥିଲେ।ସ୍ୱାସ୍ଥ୍ୟ ବୀମା ସମର୍କିତ ପ୍ରଶ୍ନ ସବୁର ଉତ୍ତର ମଧ୍ୟ୍ୟ ଦେଇଥିଲେ.ଉପ ସଭାପତି ଗଙ୍ଗାଧର ବିଭାର ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ. ସୁରେଶ ଦଣ୍ଡସେନା, ଛବିଳ ଅଗ୍ରୱାଲ, ବିନୋଦ ପତି,କୃଷ୍ଣ ଚନ୍ଦ୍ର ପଣ୍ଡା ଇତ୍ୟାଦି ଙ୍କୁ ନୂତନ କାର୍ଯ୍ୟକାରୀ ସଦସ୍ୟ ହିସାବରେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।ଉପଦେଷ୍ଟା ରୋହିତ ଦାଶ ଓ ସହ ସମ୍ପାଦକ ମନୋରଞ୍ଜନ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.ବରିଷ୍ଠ ସଭ୍ୟ ଟିକେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ମଧ୍ୟ୍ୟ ଏମିତି ସଭା ଆୟୋଜନ କରି ସଦସ୍ୟ ମାନଙ୍କ ସମସ୍ୟା ର ସମାଧାନ କରାଯିବ ବୋଲି ସଭା ରେ ସ୍ଥିର ହୋଇଥିଲା.ବରଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକ ତଥା ସମ୍ବଲପୁର ରୁ ମିଶି ପାଖାପାଖି ପଚାଶ ଜଣ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।