Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ

ସମ୍ବଲପୁରୀ:ଧନୁପାଲିସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ମହାପାତ୍ରଙ୍କ ସଭାପତିତ୍ବରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ରୂପରେ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା, ବିଶିଷ୍ଟ ଓକିଲ ଅଶୋକ ସେନାପତି, ସମାଜ ସେବୀ ବିଜୟ କୁମାର ମହାପାତ୍ର, ଓ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପେନ୍ଦ୍ର ଶତପଥି ଯୋଗ ଦେଇ ଶିଶୁବାଟିକାର ଶିକ୍ଷା ତଥା ଶିକ୍ଷାର ମୂଳଦୁଆ ସମ୍ପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତି ମିଶ୍ର ସଭା ପରିଚାଳନା ତଥା ଜାତୀୟ ଶିକ୍ଷାନୀତି-୨୦୨୦ ର ଆଦ୍ୟ ଶୈଶବ ଶିକ୍ଷା ବିଷୟରେ ବର୍ଣ୍ଣନା କରିଥିଲେ। ଶିଶୁବାଟିକାରେ ନାମ ଲେଖିବାକୁ ଆସିଥିବା ସମସ୍ତ ଶିଶୁ ମାନଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍ବାଗତ କରି ଶିଶୁମାନଙ୍କୁ ଖଡିଛୁଆଁ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ରାଣୀ ଭଦ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୁ ପଠନ କରି ପରିବେଶକୁ ଆନନ୍ଦମୟ କରିବାପାଇଁ ନୃତ୍ୟ ଓ ଗୀତ ମାଧ୍ୟମରେ ଏକ ଶିକ୍ଷଣ କାର୍ଯ୍ୟ ପରିବେଷଣ କରିଥିଲେ। ଅନ୍ୟତମ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ବେହେରା ଅଭିଭାବକ ଓ ଅଭିଭାବିକାଙ୍କୁ ନିୟମିତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କୁ ପଠେଇବା ପାଇଁ ଶପଥ ପାଠ କରେଇଲେ। ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକା ପତ୍ନୀ ସକ୍ଷାରତା ସ୍କେଲ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୀମା ମିଶ୍ର ସଂଖ୍ୟା ଜ୍ଞାନ ଭୁଲ ଓ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ସାହୁ ସୃଜନାତ୍ମକ ସ୍କୁଲର ପରିଚାଳନା କରିଥିଲେ। ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ସୁରେଶ କୁମାର ଗୌନ୍ତିଆ, ସହକାରୀ ଶିକ୍ଷୟିତ୍ରୀ ସୁବ୍ରତା ପାଣି, ସହକାରୀ ଶିକ୍ଷୟିତ୍ରୀ ସୋନାଲି ବାଗ୍, ସହକାରୀ ଶିକ୍ଷକ ଉପେନ୍ଦ୍ର ନାୟକ, ସ‌ହକାରୀ ଶିକ୍ଷୟିତ୍ରୀ ମୀନା ରାଣୀ ମଲ୍ଲିକ ଓ ଅନ୍ୟାନ୍ୟ କର୍ମଚାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ନାୟକ, ସୁରେଶ ଚନ୍ଦ୍ର ଭୋଇ, ପଞ୍ଚାନନ ଧଙ୍ଗୁଣ୍ଡି ଏବଂ ପାଚିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ମନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଆନନ୍ଦ ଉଲ୍ଲାସର ସହିତ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories