Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଆ ପକ୍ଷ ପାଳନ:ଉତ୍ସାହ ସହ ସରିଲା ଖଡିଛୁଆଁ ଦିବସ

ସମ୍ବଲପୁର: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ଆନୁକୁଲ୍ଯରେ ସମ୍ବଲପୁର ବ୍ରଜମୋହନ ପଟ୍ଟନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଖଡିଛୁଆଁ ଦିବସ ଓ ପ୍ରବେଶ ଉତ୍ସବ ପାଳନ ହୋଇଯାଇଛି।ଏହି ଦିବସ ପାଳନ ଅବସରରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ), ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ, ସହ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ଶିକ୍ଷକ,ଶିକ୍ଷୟତ୍ରୀ, ନୂତନ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ) ଅପ୍ରେଲ ୨ ଖଡିଛୁଆଁ ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ।ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନିଜେ ସମ୍ପୃକ୍ତ ହୋଇ ପିଲାମାନଙ୍କୁ ଗୁଣାତ୍ମକ ଓ ସର୍ବୋତ୍ତମ ଶିକ୍ଷାଦାନ କରିବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ। ସମ୍ବଲପୁର କୁ ଶିକ୍ଷା କ୍ଷେତ୍ର ରେ ଆଗେଇନେବାକୁ ସମସ୍ତଙ୍କୁ ଚେଷ୍ଟା କରିବାକୁ କହିଥିଲେ।
ଜାତୀୟ ଶିକ୍ଷା ନୀତି ଅନୁଯାୟୀ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟରେ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କୁ ଖଡି ଛୁଆଁ ଯାଇଛି ଯାହା ହେଉଛି ବର୍ତ୍ତମାନ ପାରମ୍ପରିକ ରୀତିନୀତିରେ ପିଲା ମାନଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ । ପ୍ରସ୍ତୁତି ଅନୁଯାୟୀ ଆଜି ସମସ୍ତ ସ୍କୁଲରେ କୁନି କୁନି ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ଖଡି ଛୁଆଁ ଦିବସ ପାଇଁ ୪ ଦିନିଆ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯିବା କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ପ୍ରଥମ ଦିନ ନାମଲେଖା ହେବ ଏବଂ ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ଵାଗତ କରାଯିବ। ମୁଖ୍ୟମନ୍ତ୍ରୀ ଦ୍ଵାରା ଦିଆଯାଇଥିବା ବାର୍ତ୍ତାକୁ ପଢାଯିବ, ଏଥିସହ ପିଲାଙ୍କୁ କିଟ୍ ବଣ୍ଟାଯିବ। ପିଲାମାନେ ସ୍କୁଲ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ ସାକ୍ଷରତା ଷ୍ଟେସନ , ସଂଖ୍ୟା ଜ୍ଞାନ ଷ୍ଟେସନ , କ୍ରିଏଟିଭ୍ ଷ୍ଟେସନ୍ ଆଦି ପରିଦର୍ଶନ କରିବେ । ଦ୍ଵିତୀୟ ଦିନ ନୂଆ ପିଲାଙ୍କୁ ନେଇ ପୁରୁଣା ପିଲାଙ୍କ ସହ ଏକ ଗ୍ରୁପ୍ କରାଯିବ। ଯାହାକୁ କୁନି ସଙ୍ଗାତ କୁହାଯିବ। ଶେଷ ଦିନ ଶପଥ ପାଠ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ ଲଷ୍ମଣ ଭୋଇ କାର୍ଯ୍ୟକ୍ରମଟକୁ ସଂଚାଳନ କରିଥିଲେ।