Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଟୌଦି ଟ୍ରଫିକୁ ଅବସର ଦେବାକୁ ଚାହୁଁଛି ବିସିସିଆଇ; ରାଗିଲେ ଶର୍ମିଲା ଟାଗୋର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ପିତା ମନସୁର ଅଲ୍ଲୀ ଖାନ ପଟୌଦି ଜଣେ କିମ୍ବଦନ୍ତୀ କ୍ରିକେଟର ଥିଲେ। ଟାଇଗର ଭାବରେ ଜଣାଶୁଣା ପଟୌଦିଙ୍କ ଗୌରବ ଏହି କଥାରୁ ଅନୁମାନ କରାଯାଇପାରେ ଯେ ତାଙ୍କ ନାମରେ ଏକ ଟ୍ରଫି ମଧ୍ୟ ଆରମ୍ଭ ହୋଇଥିଲା। ଏବେ ବିସିସିଆଇ ତାଙ୍କ ଗୌରବମୟ ଟ୍ରଫିକୁ ଅବସର ଦେବାକୁ ଚାହୁଁଛି। ଯାହାକୁ ନେଇ ଖୁସି ନାହାଁନ୍ତି ପତ୍ନୀ ଶର୍ମିଲା।

୧୯୩୨ ମସିହାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ସିରିଜକୁ ମନେ ପକାଇବା ପାଇଁ ୨୦୦୭ ମସିହାରେ ପଟୌଦି ଟ୍ରଫି ଆରମ୍ଭ କରାଯାଇଥିଲା। ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ଟ୍ରଫିକୁ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି।

ଏନେଇ ଶର୍ମିଲା କହିଛନ୍ତି, ‘ମୁଁ ସେମାନଙ୍କଠାରୁ କିଛି ଶୁଣି ନାହିଁ, କିନ୍ତୁ ଇସିବି ସୈଫଙ୍କୁ ଏକ ଚିଠି ପଠାଇଛି। ଯେଉଁଥିରେ ଲେଖାଅଛି ସେମାନେ ଟ୍ରଫିକୁ ରିଟାୟାର କରୁଛନ୍ତି। ତେବେ ବିସିସିଆଇ ଟାଇଗରଙ୍କ ଐତିହ୍ୟକୁ ମନେ ରଖିବାକୁ ଚାହୁଁଛି କି ନାହିଁ, ତାହା ସେମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।

ତେବେ ଶର୍ମିଲା ଟାଗୋର ୨୭ ଡିସେମ୍ବର ୧୯୬୮ରେ ମନସୁର ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟେ ଅନେକ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ। ବିବାହ ପରେ ସେମାନଙ୍କର ତିନି ସନ୍ତାନ ସୈଫ ଅଲ୍ଲୀ ଖାନ, ସୋହା ଅଲ୍ଲୀ ଖାନ ଏବଂ ସବା ଅଲ୍ଲୀ ଖାନ ଅଛନ୍ତି।