Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ; ତିନୋଟି ପୁସ୍ତକ ଉନ୍ମୋଚିତ …ବହୁ ପ୍ରତିଭା ସମ୍ମାନିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆଜି ମୁକ୍ତେଶ୍ଵର ସାହିତ୍ୟ ସଂସଦର ସଭାପତି ମୁରଲୀ ଧର ନାୟକଙ୍କ ସଭାପତିତ୍ବରେ ସୁବର୍ଣ୍ଣସ୍ମୁତି ର ସହାୟତା କ୍ରମେ ୭ମ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ତଥା ବାମଣ୍ଡା ସାହିତ୍ୟ ସଂସଦ ଦେବଗଡର ସମ୍ପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର ମୁଖ୍ୟଅତିଥି , ସମ୍ବଲପୁର ବିଇଡି କଲେଜର ଓଡ଼ିଆ ସହକାରୀ ପ୍ରଫେସର ଡ଼ ମମତା ପ୍ରିୟଦର୍ଶିନୀ ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁସହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ବରିଷ୍ଠ ଓକିଲ ହୃଦାନନ୍ଦ ଶର୍ମା ଓ ଅନ୍ୟତମ ଅବସର ପ୍ରାପ୍ତ ଅଧ୍ୟକ୍ଷ ରମେଶ ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଠାରୁ ଆରମ୍ଭ କରି ରମାକାନ୍ତ ରଥଙ୍କ ପର୍ଯ୍ୟନ୍ତ କାବ୍ୟ ଶୈଳୀର ଉଦାହରଣ ସହ ଆଲୋଚନା କରିଥିଲେ। ଅତିଥି ଗଣ ମୁକ୍ତେଶ୍ଵର ସାହିତ୍ୟ ସଂସଦ ସଭାପତି ମୂରଲୀଧର ନାୟକଙ୍କ ପୁସ୍ତକ କବିତା “ଗୋଦାବରୀ”, ଶେଖର ବନମାଳୀ ଚନ୍ଦ୍ର ନାମଦେଓ ଙ୍କ ପୁସ୍ତକ “ନିର୍ଝରଣୀ” ଓ ପ୍ରଦ୍ୟୁମ୍ନ ବିଶୀଙ୍କ ସମ୍ପାଦିତ ସମ୍ବଲପୁରୀ ପତ୍ରିକା “ଛୁଆ” କୁ ଉନ୍ମୋଚନ କରିଥିଲେ।ଏହି ତିନୋଟି ପୁସ୍ତକ ଓ ପତ୍ରିକା କୁ ସାହିତ୍ୟିକ ସୁବାସ ନାୟକ ସମୀକ୍ଷା କରି ଏହା ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟ ଭଣ୍ଡାରକୁ ପରିପୃଷ୍ଟ କରି ପାରିବ ବୋଲି ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ସଂସଦର ସମ୍ପାଦକ ପ୍ରମୋଦ ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ଏହି ଅବକାଶ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅର୍ଦ୍ଧ ଶତାଧିକ କବି ଓ କବିୟତ୍ରୀ ନିଜସ୍ଵ ଲିଖିତ କବିତା ପାଠ କରିଥିଲେ । ଏହାକୁ କବି ତ୍ରୈଲୋକ୍ୟ ନାଥ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ନର୍ସ ସିନା ପଟେଲ, ଡ଼ ମମତା ପ୍ରିୟ ଦର୍ଶିନି , ଦିପାଙ୍ଗତା ମହାରଣା , ରାଧା ମୋହନ ପାଣ୍ଡେ ପ୍ରମୁଖଙ୍କୁ ଅତିଥି ଗଣ ମାନପତ୍ର, ଟ୍ରଫି ଏବଂ ଔପଢୌକାନ ଦେଇ ସମ୍ମାନିତ କରିଥିଲେ। ସେହିପରି ସୁବର୍ଣ୍ଣ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ଦିପାନ୍ଵିତ ମାହାଣା, ଡ.ସଂଯୁକ୍ତା ହୋତା, ନନ୍ଦିନୀ ରାଜହଂସ, ମାଧୁରୀ ମିଶ୍ର, ଡ. ମମତା ପ୍ରିୟଦର୍ଶିନୀ ସାହୁ ଏବଂ ନିନା ପଟେଲ ପ୍ରମୁଖ ୬ ଜଣ କବିୟତ୍ରୀଙ୍କୁ ସୁବର୍ଣ୍ଣ ସ୍ମୃତିରେ ସମ୍ମାନିତ କରାଯାଇଥିଲା। କବି ରାଜଶ୍ରୀ ମେହେର,ବିପିନ ବିହାରୀ ପୃଷ୍ଟି, ଟିକେଶ୍ୱର୍ ସାହୁ,ବସନ୍ତ ଚୌଧୁରୀ, ପ୍ରେମ ସାଗର ଦେହେରିଆ, ବିଭୂତି ଗଙ୍ଗଦେବ, କଞ୍ଚାନନ ଜୟପୂରିଆ, ଶୋଭା ଚନ୍ଦ୍ର ନାଏକ ଆଦିଙ୍କ କବିତା ପାଠ ଉଚ୍ଚ କୋଟୀର ହୋଇଥିଲା।