Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରର ୫ ପ୍ରମୁଖ ସ୍ଥାନରେ ଅର୍କା ଭର୍ଟିକାଲ୍ ଗାର୍ଡେନ୍ ସ୍ଥାପନ

ସମ୍ବଲପୁର:ରାଜ୍ୟ ଯୋଜନା ରୁଫଟପ୍ ଗାର୍ଡେନିଂ ପ୍ରକଳ୍ପ ଅନ୍ତର୍ଗତ ଏବଂ ଓଡିଶାରେ ଉର୍ବନ୍ ହର୍ଟିକଲ୍ଚର୍ ପ୍ରଚାର ପାଇଁ ନବୀନ ପ୍ରଯୁକ୍ତି ଉଦ୍ୟମରେ ସମ୍ବଲପୁର ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ପାଞ୍ଚଟି ଅର୍କା ଭର୍ଟିକାଲ୍ ଗାର୍ଡେନ୍ ଆଜି ସ୍ଥାପନ କରାଯାଇଛି ।
ଏହି ପ୍ରକଳ୍ପ ସବୁ ଡ଼. ପେଟିକାମ୍ ଶ୍ରୀନିବାସ (ବିଜ୍ଞାନୀ ଇଞ୍ଚାର୍ଜ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରକଳ୍ପରେ ଡ୍ରିପ୍ ସିଚାଇ ପଦ୍ଧତିଏବଂ ଶୌଭାଗଛ ଏବଂ ଫୁଲ ଗଛ ମଧ୍ୟ ଏଥିରେ ସ୍ଥାନ ପାଇଛି। ସମ୍ବଲପୁର ସହରରେ ଏହି ପ୍ରକଳ୍ପ ସବୁ ହିମାଂଶୁ ଶେଖର ସାହୁ, ଉପ ନିର୍ଦ୍ଦେଶକ-ଉଦ୍ୟାନ ଅଧିକାରୀ, ସମ୍ବଲପୁରଙ୍କ ନେତୃତ୍ୱରେ କରାଯାଉଛି।
ପ୍ରକଳ୍ପ ପାଇଁ ଆୟୋଜିତ ସଚେତନତା ସଭା ଗୁଡିକରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞ ଓ ଜନତାଙ୍କ ସୁପାରିଶରେ
ମା ସମଲେଶ୍ୱରୀ ମନ୍ଦିର, ଆଇଆଇଏମ ସମ୍ବଲପୁର,ଜିଲ୍ଲା ଉଦ୍ୟାନ କୃଷି କାର୍ଯ୍ୟାଳୟ ,ଜିଲ୍ଲା କୃଷି ଭବନ୍ ଓ ବୁଢ଼ରାଜା ହାଇ ସ୍କୁଲ୍ ଠାରେ ଏହାର କାର୍ଯ୍ୟକାରିତା କରାଯାଇଛି।
ଆଇଆଇଏମ ସମ୍ବଲପୁରରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ଅମୃତ ମହାନ୍ତି, ସ ମଲେଶ୍ୱରୀ ମନ୍ଦିରରେ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା ଗାର୍ଡେନ୍ ସ୍ଥାପନରେ ସହଯୋଗ କରିଥିଲେ । ଏହି ସମସ୍ତ ପ୍ରକ୍ରିୟାକୁ ଡ଼. ପେଟିକାମ୍ ଶ୍ରୀନିବାସଙ୍କ ନେତୃତ୍ୱରେ ଶନରୋତ୍ତମ୍ ରାଉତ (ସେଣ୍ଟ୍ରାଲ୍ ହର୍ଟିକଲ୍ଚର୍ ଏକ୍ସପେରିମେଣ୍ଟ ସ୍ଟେସନ୍, ଏଇଗିନିଆ, ଭୁବନେଶ୍ୱର) ସହଯୋଗ କରିଥିଲେ।୫ଟି ସ୍ଥାନରେ ଆଜି ସ୍ଥାପନା କରାଯାଇଥିବା ଏହି ଅର୍କା ଭର୍ଟିକାଲ୍ ଗାର୍ଡେନ ପାଇଁ ଅଭିନବକୃଷି ଗବେଷଣା ସଂସ୍ଥାନ,ପରିଚାଳନା ଟ୍ରଷ୍ଟି, ସମ୍ବଲପୁର ଶାଖାର ଡ଼. ଅଭିଲାଷ ପଧାନ ସଂଯୋଜନା କରିଥିଲେ।
ସମ୍ବଲପୁରରେ ଏଭଳି ଭର୍ଟିକାଲ୍ ଗାର୍ଡେନ୍ ଉନ୍ନୟନ ଓ ସହରାଞ୍ଚଳ ଉଦ୍ୟାନ ପ୍ରକଳ୍ପ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏକ ବଡ଼ ପ୍ରୟାସ।