Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରମ୍ପରିକ ପୋଷାକ ପରିଧାନ ଦିବସ:ଅଧିକାରୀ ଠାରୁ ଜିଲ୍ଲା ସବୁ କର୍ମଚାରୀ ସମ୍ବଲପୁରୀ ପରିଧାନରେ

ସମ୍ବଲପୁର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନକ୍ରମେ ଏପ୍ରିଲ ୧, ଓଡ଼ିଶା ଦିବସରୁ ଏପ୍ରିଲ ୧୪, ଓଡ଼ିଆ ନବବର୍ଷ ଯାଏଁ ପ୍ରଥମଥର କରି ପାଳନ ହେଉଥିବା ‘ଓଡ଼ିଆ ପକ୍ଷ, ୨୦୨୫’ର ତୃତୀୟ ଦିବସରେ ପାରମ୍ପରିକ ପୋଷାକ ପରିଧାନ ଦିବସ ରୂପେ ପାଳନ ହୋଇଛି । ଏହି ଅବସରରେ ଆମ ସ୍ୱାଭିମାନ ଓ ପରିଚୟ ବହନ କରୁଥିବା ସ୍ବଦେଶୀ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଆମ ଅଞ୍ଚଳର ସମ୍ବଲପୁରୀ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଓହ୍ଲାଇବା ସହ ନିଜ ମୋବାଇଲରେ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଏବଂ ହସ୍ତତନ୍ତ ପୋଷକ ପରିଧାନକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଏବଂ ଗ୍ରାମ୍ୟ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାପାଇଁ ନିବେଦନ କରିଛନ୍ତି ।
ଏହିକ୍ରମରେ ହସ୍ତତନ୍ତ ପୋଷକ ପରିଧାନକୁ ଅଧିକ ଆଦୃତ କରିବା ସହ ପ୍ରଚାର ପ୍ରସାର କରିବା ପାଇଁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରଶାସନ ଦ୍ଵାରା ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ( ଭ୍ରା.ପ୍ର.ସେ) ଙ୍କ ତତ୍ତ୍ଵାବଧାନରେ ଏକ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା।ଉକ୍ତ ସଭାକାର୍ଯ୍ୟ ରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ଆଶୋକ କୁମାର ଭୋଇ ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ