Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବପ୍ରସ୍ତୁତି କାର୍ଯ୍ୟକ୍ରମ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର :ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ହଲ ରେ ଚଳିତ ବର୍ଷ ପାଇଁ ରାଷ୍ଟ୍ର ନିର୍ମାଣ ରେ ଯୁବ ପ୍ରସ୍ତୁତି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଅନୁଷ୍ଠାନ ର ସଭାପତି ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ କାର୍ଯ୍ୟକ୍ରମ ସହ ସହଭାଗୀ ଶାସନ ଓ ବଲାରଙ୍ଗା ସମେତ ମହାନଗର ନିଗମ ଅଧିନସ୍ଥ ୨୨ ଟି ହାଇସ୍କୁଲ ର ବିଦ୍ୟାଳୟ ମୁଖ୍ୟ ମାନେ ଯୋଗ ଦେଇଥିଲେ।ସଭାପତି ଙ୍କ ସ୍ୱାଗତ ଭାଷଣ ପରେ କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ବିଗତ ଦୁଇବର୍ଷ ର ଏକ ସମ୍ୟକ ବିବରଣୀ ଦେଇ ଏହି ସଫଳତାର ଶ୍ରେୟ ବିଦ୍ୟାଳୟ ମୁଖ୍ୟମାନଙ୍କୁ ଦେଇ ଚଳିତ ବର୍ଷ ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆସନ୍ତା ୬.୪.୨୬ ରବିବାର ଦିନ ସକାଳ ଆଠ ଘଣ୍ଟା ସମୟ ରେ ମାନ୍ୟବର ସମ୍ବଲପୁର ଜିଲାପାଳ ଙ୍କଦ୍ୱାର ଅନୁଷ୍ଠିତ ହେବାର ସୂଚନା ଦେଇ ଉତ୍ସବ ରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ।
ବିଦ୍ୟାଳୟ ମୁଖ୍ୟ ମାନଙ୍କ ମଧ୍ୟରୁ ସୁମିତା ପତ୍ରୀ ତାରା ବେହେରା,ଦୀପାଳି ଚୌଧୁରୀ,ଶୈଳବାଲା ଦାଶ, ରାଖୀ ମହାପାତ୍ର,ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ଓ ପିଲା ମାନଙ୍କୁ ପ୍ରମୁଖ ସ୍ଥାନ ମାନକୁ ନେଇ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ।ଲାଇବ୍ରେରୀ ର ସଦସ୍ୟ ଙ୍କ ମଧ୍ୟରୁ ପ୍ରୋ ସେବକ ତ୍ରିପାଠୀ,ପ୍ରୋ।ମୀନକେତନ ପାଠୀ,ପ୍ରୋ ମୁରଲୀଧର ପ୍ରେମନାଥ ନାୟକ,ଡ଼ ଗିରିଧାରୀ ହୋତା,ପ୍ରମୁଖ ନିଜର ବକ୍ତବ୍ୟ ରଖିଥିବା ବେଳେ ପ୍ରୋ ଶଙ୍କର ପ୍ରସାଦ ପତି ଓ ଶିବଶଙ୍କର ଷଡ଼ଙ୍ଗୀ ଉପସ୍ଥିତ ଥିଲେ।ଶେଷରେ ସଭ୍ୟ ସମାଦକ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।