Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଶୁରାମ ଜୟନ୍ତୀ କୁ ବ୍ରାହ୍ମଣ ସମାଜ ବାର୍ଷିକ ଉତ୍ସବ ଭାବରେ ପାଳନ କରିବାକୁ ନେଲା ନିଷ୍ପତ୍ତି

ସମ୍ବଲପୁର:ବୁର୍ଲା ବ୍ରାହ୍ମଣ ସମାଜ ର ମାସିକ ବୈଠକ ପ୍ରତିଷ୍ଠା କ୍ଳବ୍ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସମାଜର ପ୍ରାୟ ତିରିଶଜଣ କର୍ମକର୍ତ୍ତା ସମେତ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଉନ୍ନତି ମୂଳକ ଆଲୋଚନା କରିଥିଲେ।
      ଏପ୍ରିଲ ୧୪ ତାରିଖ ପଣା ସଂକ୍ରାନ୍ତି ଅବସରରେ ସର୍ବସାଧାରଣ ଙ୍କ ନିମନ୍ତେ ପଣା ବଣ୍ଟନ କାର୍ଯ୍ୟକ୍ରମ ପୂର୍ବବର୍ଷ ପରି ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସନ୍ଧ୍ୟା ୫ ଘଣ୍ଟା ରୁ ବୁର୍ଲା ପେଟ୍ରୋଲ ପମ୍ପ ଛକଠାରେ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଧିକ ରୁ ଅଧିକ ବ୍ରାହ୍ମଣ ସମାଜ ର ସଦସ୍ୟ ମାନେ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ପତି ଅନୁରୋଧ ରଖିଥିଲେ।
   ଏପ୍ରିଲ ୩୦ ତାରିଖ ଦିନ ବ୍ରାହ୍ମଣ ଜାତିର ସ୍ବାଭିମାନ ର ପ୍ରତୀକ ,ଗର୍ବ ଓ ଗୌରବ , ଅବତାରୀ ପୁରୁଷ ଭଗବାନ ପର୍ଶୁରାମଙ୍କ ଜନ୍ମତିଥି ବା ପର୍ଶୁରାମ ଜୟନ୍ତୀ କୁ ବ୍ରାହ୍ମଣ ସମାଜ ତା’ର ବାର୍ଷିକ ଉତ୍ସବ ଭାବରେ ପାଳନ କରିବାକୁ ସ୍ଥିର କଲା। ଏହି କ୍ରମରେ ଏବର୍ଷ ସେଦିନ ସକାଳେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା, ପର୍ଶୁରାମ ଅବତାର ରହସ୍ୟ ଆଲୋଚନା ସହିତ ଅପରାହ୍ନ ରେ ପର୍ଶୁରାମ ଦେବଙ୍କ ଫଟୋଚିତ୍ର ସହିତ ଏକ ସଂକୀର୍ତ୍ତନ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯିବ ଓ ଶୋଭାଯାତ୍ରା ପରେ ସମସ୍ତ  ଉପସ୍ଥିତ ସଦସ୍ୟମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯିବାର ସ୍ଥିର ହେଲା।
    ଏହି ଏପ୍ରିଲ୍ ମାସ ସୁଦ୍ଧା ସଂଘ ର ରେଜିଷ୍ଟ୍ରେସନ କାର୍ଯ୍ୟ ଶେଷ କରାଯିବାକୁ ଚେଷ୍ଟା କରାଯିବ। ସଂଗଠନ ସଂପାଦକ ଆଶୁତୋଷ ବିଶି ଏହି ଦାୟିତ୍ବ ଗ୍ରହଣ କଲେ।
    ସର୍ବସମ୍ମତିକ୍ରମେ ଆଗାମୀ ୮ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ସ୍ବତନ୍ତ୍ର ବୈଠକ ନିମନ୍ତେ ସମ୍ମାନୀୟ ସଭାପତି ମହୋଦୟ ଆହ୍ବାନ କରିଥିଲେ।
     ପର୍ଶୁରାମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ବୁର୍ଲା ର ଅଧିକ ରୁ ଅଧିକ ବ୍ରାହ୍ମଣ ମାନଙ୍କୁ ଅନୁଷ୍ଠାନ ସହିତ ଯୋଡିବା ପାଇଁ ସମସ୍ତେ ଚେଷ୍ଟା କରନ୍ତୁ ଓ ଏପ୍ରିଲ ୩୦ ତାରିଖ ରେ ବୁର୍ଲା ର ଅଧିକ ରୁ ଅଧିକ ବ୍ରାହ୍ମଣ ଯେମିତି ପର୍ଶୁରାମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ଭାଗନେବେ ଓ ବୁର୍ଲା ର ସର୍ବାଙ୍ଗିନ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ସହିତ କାର୍ଯ୍ୟ କରିବେ, ସେଥିପାଇଁ ସମସ୍ତେ ଯତ୍ନବାନ ହୁଅନ୍ତୁ ବୋଲି ମତ ପ୍ରକାଶ ପାଇଥିଲା।
    ଏହି ବୈଠକରେ ବରିଷ୍ଠ ଶ୍ରୀଯୁକ୍ତ ଯତିନ୍ଦ୍ର ମୋହନ ପଣ୍ଡା, ଯୁଧିଷ୍ଠିର ପଣ୍ଡା, ଦିନଦୟାଲ ଶର୍ମା, ଅଶ୍ବିନୀ ଆଚାର୍ଯ୍ୟ, ସୁରେଶ ଚନ୍ଦ୍ର ପଣ୍ଡା,ମନୋଜ କୁମାର ନନ୍ଦ, ପ୍ରଫେସର ବିଶ୍ବଜିତ୍ ଶତପଥି, ଶୁଭକାନ୍ତ ପଣ୍ଡା, ପ୍ରଭଞ୍ଜନ ପାଳ, ମହେଶ୍ବର ପଣ୍ଡା,ଅନିଲ ଦେବତା, ସୁଧାଂଶୁ ଦାଶ୍, ଜୟନ୍ତ ସାହୁ,ବିଭୁଦତ୍ତ ମିଶ୍ର,ସତ୍ୟବ୍ରତ ନାୟକ, ନୟନ ନାୟକ, ହରିଶଙ୍କର ପଣ୍ଡା, ସୁନିଲ୍ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ନିଜ ମତପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ