Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ଏନକାଉଣ୍ଟର, ୨ ଆହତ

ଭୁବନେଶ୍ବର: ରାଜଧାନୀରେ ଡବଲ୍ ଏନକାଉଣ୍ଟରରେ ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସ୍ପେଶାଲ ସ୍କ୍ବାଡ ଏନକାଉଣ୍ଟରରେ ୨ କୁଖ୍ୟାତ ଲୁଟେରା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରର ବାଲିଯାତ୍ରା ପଡିଆରେ ହୋଇଛି ଏହି ଏନକାଉଣ୍ଟର। ବଡ଼ଗଡ଼ ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ଏନକାଉଣ୍ଟର ହୋଇଛି। ଉଭୟ ପକ୍ଷ ମଧ୍ୟରେ ୭ ରାଉଣ୍ଡ ଗୁଳି ବିନିମୟ ହୋଇଛି। ଦୁଇ ଅପରାଧୀ ବିହାରର ଖୋରା ଗ୍ୟାଙ୍ଗର ମନୀଷ ଯାଦବ, ସୋନୁ ଯାଦବ ବୋଲି ଜଣାପଡିଛି। ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ମାଉଜର୍ ଓ କିଛି ଗୁଳି ଜବତ କରିଛି ପୋଲିସ। ଉଭୟଙ୍କ ଘର ବିହାର କଟିହାର ଅଞ୍ଚଳରେ ହୋଇଥିଲା ବେଳେ ସେମାନେ ଏକାଧିକ ଛିନତାଇ ମାମଲାରେ ସମ୍ପୃକ୍ତ ଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ