Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ସାହିତ୍ୟ ସଂସଦ ଆନୁକୁଲ୍ୟ ରେ ସାହିତ୍ୟ ଆସର, ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ସମାରୋହ

ସମ୍ବଲପୁର ସାହିତ୍ୟ ସଂସଦ ଆନୁକୁଲ୍ୟ ରେ ସାହିତ୍ୟ ଆସର, ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ସମାରୋହ ସମ୍ବଲପୁର: ସମ୍ବଲପୁର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଗୀତିକବି ସ୍ବର୍ଗତ ଗୌରୀଶଙ୍କର ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ଦିନ ସାମ୍ବାଦିକ ଭବନ ଠାରେ ସାହିତ୍ୟ ଆସର,ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ସମାବେଶ ଅନୁଷ୍ଠିତ ହୋଇଥିଲା । ମାହେଶ୍ୱରୀ ପ୍ରସାଦପାଣିଗ୍ରାହୀ ଙ୍କ ସଭାପତିତ୍ୱ ଓ ସମ୍ବଲପୁର ସାହିତ୍ୟ ସଂସଦର ସମ୍ପାଦକ ଦେବେନ ପଟେଲ ଙ୍କ ପରିଚାଳନା ରେ ଆୟୋଜିତ ସମାରୋହ ରେ ଉଦଘାଟକଭାବେ ପ୍ରଫୁଲ୍ଲ ଚନ୍ଦ୍ର ହୋତା, ମୁଖ୍ୟ ଅତିଥି ଭାବେ ଅରବିନ୍ଦ ମହାପାତ୍ର , ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ପଣ୍ଡା, ସୁଶୀଳ ତ୍ରିପାଠୀ, ଦେବାର୍ଚ୍ଚନ ଠାକୁର ଓ ଭକ୍ତ ପ୍ରକାଶ ନନ୍ଦ ବିଶିଷ୍ଠ ଗୀତିକବି ତଥା ସମ୍ବଲପୁରୀ ସାହିତ୍ୟିକ ସ୍ବର୍ଗତ ଗୌରୀଶଙ୍କର ପାଣିଗ୍ରାହୀ ଙ୍କ ଜୀବନ ତଥା କୃତି, ସାହିତ୍ୟ ରେ ସଙ୍କଟ ଓ ସମ୍ବଲପୁରୀ ସାହିତ୍ୟ ର ପରିସର ସମ୍ପର୍କ ରେ ଆଲୋକପାତ କରିଥିଲେ । ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଙ୍କ ଦ୍ୱାରା ରଚିତ ନାଟକ ପ୍ରସ୍ତକ “ତ୍ରିବାହୁ ” ଉନ୍ମୋଚିତ ହୋଇଥିଲା । ସୂର୍ଯ୍ୟ ପାଣିଗ୍ରାହୀ ଙ୍କ ସଞ୍ଜଜୋନା ରେ ଅନୁଷ୍ଠିତ ସାହିତ୍ୟ ଆସର ରେ କଳ୍ପନା ମହାପାତ୍ର, ସୁଷମା ପ୍ରଧାନ, ଲଳିତ ମୋହନ ଦେବର୍ତ୍ତା, ତପସ୍ଵିନୀ ନେପାକ, ପ୍ରଭଞ୍ଜନ ପୁରୋହିତ, ବିଷ୍ଣୁ ସ୍ୱରୂପା ପାଢ଼ୀ, ମମତା ନାଥ, ଅନୁପମା ବିଶ୍ୱାଳ, କମଳ ଲୋଚନ ପଣ୍ଡା, ଶିବଶଙ୍କର ପ୍ରଧାନ, ପ୍ରଦୀପ ଯୋଶୀ, ଦୀପେନ ପଟ୍ଟନାୟକ, ଆଭାସ ପଣ୍ଡା, ଗୋବିନ୍ଦ ମହାରଣା, ଭଲ୍ଲାସ ପଣ୍ଡା ପ୍ରମୁଖ ସ୍ଵରଚିତ କବିତା ଆବୃତ୍ତି କରିଥିବାବେଳେ ବିଭୁତି ଭୁଷଣ ମିଶ୍ର, ତୁଷାର ରଞ୍ଜନ ବାରିକ, ସୁପ୍ରିୟା ଦାଶ, ଅର୍ଜୁନ ମେହେର,, ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ଦେବେନ ପଟେଲ ଗଳ୍ପ ଓ କଥାନି ପାଠ କରିଥିଲେ । କ୍ଷେତ୍ରମଣି ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ