Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ପ୍ରଥମ ଥର: ୫ରୁ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁର ସହରରେ ପ୍ରଥମ ଥର ପାଇଁ ଚଳିତ ମାସ ୫ ତାରିଖରୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଜାତୀୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରୀତିଯୋଗିତାରେ ଦେଶର ୨୨ ଟି ରାଜ୍ୟର ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗ ନେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ସମ୍ବଲପୁର ଜିଲ୍ଲା ବଡିବିଲଡିଙ୍ଗ ଆସୋସିଏସନ ଦ୍ୱାରା କଳିଙ୍ଗ ବଡି ବିଲଡିଙ୍ଗ ଆସୋସିଏସନ ପକ୍ଷରୁ ୧୮ତମ ବରିଷ୍ଠ ଜାତୀୟ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଚମ୍ପିୟାନସିଫ ପାଇଁ ଜାତୀୟ ସ୍ତରରେ ମିଷ୍ଟର ଇଣ୍ଡିଆ ଓ ମିସ ଇଣ୍ଡିଆ ୨୦୨୫ ଆୟୋଜନର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା କାଲି ଠୁ ସମସ୍ତ ପ୍ରତିଯୋଗୀଙ୍କ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇ ୬ ତାରିଖ ସନ୍ଦ୍ୟା ୫ ଟାରୁ ସ୍ଥାନୀୟ ପିଏଚଡି ପଡିଆରେ ଏହା ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ ବୋଲି ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏଣ୍ଡ ଫିଟନେସ ଆସୋସିଏସନ ର ସଭାପତି ସତୀଶ ବିଶି ଓ କଳିଙ୍ଗ ବଡି ବିଲଡିଙ୍ଗ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି। ଆସନ୍ତା କାଲି ସକାଳ ୧୧ ଟାରେ ମା ସମଲେଶ୍ୱରୀଙ୍କ ଦର୍ଶନ ଓ ମାଙ୍କ ଠାରେ ପୂଜାର୍ଚନା ପରେ ମଧ୍ୟାହ୍ନରୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଏଥିରେ ପ୍ରତିଯୋଗୀ ମାନଙ୍କୁ ମିଶାଇ ୨୨ ରାଜ୍ୟରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେବା ସହ ଜାତୀୟ ସଭାପତି ଅନୁରାଗ ଚୌଧୁରୀଙ୍କ ସମେତ ଜାତୀୟ ଓ ବିଭିନ୍ନ ପ୍ରଦେଶରୁ ବହୁ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାବାନ ଓ ଏହାର ନେତୃସ୍ଥାନୀୟ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶି ଓ ମହାନ୍ତିଙ୍କ ସହିତ ଜିଜି ଜୋସେଫ, ନିଶିକାନ୍ତ ବହିଦାର, ଜିଲ୍ଲା ଉପଦେଷ୍ଟା ଭୋଳା ମହତ୍ତମ, ଅମିତାଫ ପରିଡା ମଞ୍ଚାସିନ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ