Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ଗୁଣପଡା ୟୁପିଏସରେ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ

ସମ୍ବଲପୁର:କ୍ରୀଡାକ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ । ଭାରତର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଆରମ୍ଭ ହୋଇଛି ଅନ୍ତର୍ଜାତିକ ଅଲିମ୍ପିକ କମିଟି ଆଇଓସିର ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ । ସ୍କୁଲ ସମୟରୁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ ଛାତ୍ରଛାତ୍ରୀ,ଏହି ଉଦ୍ଦେଶ୍ୟରେ ଶୁକ୍ରବାର ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ତରଫରୁ ସ୍ଥାନୀୟ କାଇଶିର ସ୍ଥିତ ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବବୃବାହନ ଭୋଇଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ୟୁନିଭରସିଟି କେମ୍ପସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେଶ୍ବର ସାହୁ ଯୋଗଦାନ କରିଥିଲେ।ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପିଲାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର,ମେଡେଲ ତଥା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସିତରାଣୀ ବେହେରା, ତଂମେୟ ମାଝୀ, ସୁଲୋଚନା ମିଶ୍ର, କାମିନୀ ମୁଣ୍ଡା, ବିଷ୍ଣୁପ୍ରିୟା ରଥ ପ୍ରମୁଖ ସହଯୋଗ କରିଥିଲେ।