Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଓ ଓଡିଶା ମୁକ୍ତବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ସମ୍ବଲପୁର:ଶନିବାର ଅପରାହ୍ନରେ ସମ୍ପ୍ରତି ପିଲାଙ୍କ ମଧ୍ୟରେ ଦକ୍ଷତା ବିକାଶ ବୃଦ୍ଧି ପାଇଁ ଲାଇବ୍ରେରୀ ପ୍ରଥମ ମହଲା ହଲ ରେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡିଶା ରାଜ୍ୟ ମୁକ୍ତବିଶ୍ଵବିଦ୍ୟାଳୟ ଓ ସବଲପୁର ପବ୍ଲିକ ଲାଇବ୍ରେରୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ଓଡିଶା ମୁକ୍ତ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଙ୍କ ଉପସ୍ଥିତି ରେ ଲାଇବ୍ରେରୀ ତରଫରୁ ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ଅନୁଷ୍ଠାନ ର କୂଳସଚିବ ପ୍ରଫେସର ଚିତ୍ତରଞ୍ଜନ ସାହୁ ଏହି ଚୁକ୍ତି ପତ୍ର ରେ ସ୍ଵାକ୍ଷର କରିଥିଲେ।ଏହି ଅବସରରେ ଲାଇବ୍ରେରୀ ର ଉପାଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ପତି,ଯୁଗ୍ମ ସଂପାଦକ ରାଜେନ୍ଦ୍ର ପଣ୍ଡା,ସଭ୍ୟ ପ୍ରୋ.ସେବକ ତ୍ରିପାଠୀ, ଇ: ସୁଶାନ୍ତ କୁମାର ଗୁରୁ,କୋଷାଧ୍ୟକ ପୃଥ୍ବୀରାଜ ମିଶ୍ର ଓ ଗୋଳକ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ନିଜର ଅଭିଭାଷଣ ରେ କୁଳପତି ପ୍ରୋ ପଟ୍ଟନାୟକ ଏହି କେନ୍ଦ୍ରଦ୍ୱାରା ଯୁବଗୋଷ୍ଠୀ ଅତ୍ୟାଧୁନିକ ଜ୍ଞାନକୌଶଳ ରେ ଉପକୃତ ହେବାର ସୂଚନା ଦେଇଥିଲେ।ମୁକ୍ତବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ ରେବଶଙ୍କର ଭୋଇ ଓ ଅଭିଷେକ ମହନ୍ତ ପ୍ରମୁଖ ସହଯୋଗ କରିଥିବା ବେଳେ ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଉପସ୍ଥିତ ସଦସ୍ୟ ଙ୍କୁ ବିଶ୍ୱବିଦ୍ୟାଳୟ ସୂତ୍ରରୁ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ