Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୱାକଫ୍ ସଂଶୋଧନ ବିଲ୍ ଆଇନରେ ପରିଣତ

ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ବିଲ୍ 2025 ଆଇନରେ ପରିଣତ ହୋଇଛି। ମାରାଥନ ବିତର୍କ ପରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ଏହି ବିଲ୍‌କୁ ଶନିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି।

ସଂସଦ ଦ୍ୱାରା ଗୃହୀତ ୱାକଫ୍ ସଂଶୋଧନ ଆଇନ, 2025 ରାଷ୍ଟ୍ରପତିଙ୍କ ସମ୍ମତି ମିଳିଥିବା ନେଇ ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି। ପୂର୍ବରୁ ୱାକଫ (ସଂଶୋଧନ) ବିଲ୍ ଲୋକସଭା ଏବଂ ରାଜ୍ୟସଭାରେ ଏକ ଘମାଘୋଟ ବିତର୍କ ପରେ ଗୃହୀତ ହୋଇଥିଲା।ସେହି ସମୟରେ କଂଗ୍ରେସ, AIMIM ଏବଂ ଆମ ଆଦମୀ ପାର୍ଟି (ଆପ) ଦ୍ୱାରା ପୃଥକ ପୃଥକ ଆବେଦନ ସହିତ ନୂତନ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ନୂତନ ଆଇନର ଲକ୍ଷ୍ୟ ହେଉଛି ୱାକଫ ସମ୍ପତ୍ତିର ଅପବ୍ୟବହାର, ଭେଦଭାବକୁ ରୋକିବା ଏବଂ ୱାକଫ ସମ୍ପତ୍ତି ଉପରେ ଜବରଦଖଲକୁ ରୋକିବା। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର କହିଛି ଯେ ଏହି ଆଇନ ମୁସଲମାନ ବିରୋଧୀ ନୁହେଁ। ତେବେ ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱାକ୍ଷର ପରେ, ୱାକଫ୍ (ସଂଶୋଧନ) ବିଲ୍ ଆଇନରେ ପରିଣତ ହୋଇଛି। ଏବେ ସମଗ୍ର ଦେଶରେ ନୂତନ ୱାକଫ ଆଇନ କାର୍ଯ୍ୟକାରୀ ହେବ।