Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ

ସମ୍ବଲପୁର:ରବିବାର ଦିନ ସରସ୍ୱତୀ ଶିଶୁ ମନ୍ଦିର ନାକଟିଦେଉଳ ଜଗନ୍ନାଥ ପ୍ରସାଦ ପ୍ରାଙ୍ଗଣରେ ଶ୍ରୀ ରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମା ବାଗ୍ ଦେବୀଙ୍କ ଚରଣ କୋମଳରେ ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ଶ୍ରୀମାନ ବିଜୟ କୁମାର ବେହେରାଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଆଚର୍ଯ୍ୟ ଶ୍ରୀମାନ ବିଜୟ କୁମାର ସାହୁ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମ ଠାରୁ ଆରମ୍ଭ କରି ତାଙ୍କର ରାଜ୍ୟ ଶାସନ, ମାତୃ ପିତୃ ଭକ୍ତି, ଭାତୃତ୍ବ ଭାବ, ଉଚିତ୍ ନ୍ୟାୟ ପ୍ରଦାନ ଇତ୍ୟାଦି ସମ୍ପର୍କରେ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଗୁରୁଜୀ କେଶବ ଚନ୍ଦ୍ର ସାହୁ, ଗୁରୁମା ଗୀତାଞ୍ଜଳି ଦାଶ, କଲ୍ୟାଣୀ ବେହେରା ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ। ସମସ୍ତ ଶ୍ରେଣୀର ଶିଶୁ ଭାଇ ଭଉଣୀ ଶ୍ରୀ ରାମଙ୍କର ବିଷୟରେ ଭାଷଣ ଦେଇଥିଲେ। ଗୁରୁଜୀ ଗୁରୁମା ଓ ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ରାମ ଧୂନ୍ ଗାନ ହୋଇଥିଲା। ଶିଶୁ ଭାଇ ଭଉଣୀ ମାନେ ୧୦୦୮ ଥର ରାମ ନାମ ଜପ କରିଥିଲେ। ବିଦ୍ୟାଳୟ ପରିସରକୁ ସମସ୍ତ ଶିଶୁ ଭାଇଭଉଣୀ ମାନେ ଦ୍ଵୀପ ପ୍ରଜ୍ଜ୍ଵଳନ କରି ସଜାଇଥିଲେ। ଶିଶୁମାନଙ୍କର ରାମ ପଟୁଆର ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଶିଶୁମାନଙ୍କୁ ଝୋଟି,ମୁରୁଜ, କଳସ ସ୍ଥାପନ କରି ବନ୍ଦାପନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ