Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିସିଆର୍ ଯାନ ସହ ୧୧୨ ଡାଏଲ୍ ସୁବିଧା ଲୋକାର୍ପିତ:ସମ୍ବଲପୁରରେ ଅପରାଧକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ପବିତ୍ର ‘ରାମ ନବମୀ’ ଅବସରରେ ସମ୍ବଲପୁର ଠାରେ ଗୃହ ବିଭାଗ ଉଦ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନର ପିସିଆର୍ ଯାନ ସହ ୧୧୨ ଡାଏଲ୍ ସୁବିଧାର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଶୁଭାରମ୍ଭ ହୋଇଥିବା ୧୫ଟି ଅତ୍ୟାଧୁନିକ ନୀରିକ୍ଷଣ ବାହାନରେ ଥିବା ଗେଜେଟ୍, ୩୬୦ ଡିଗ୍ରୀ ପିଟିଜେଡ୍ କ୍ୟାମେରା, ଜିପିସ୍, ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ଏହି ଭ୍ୟାନ ସମ୍ବଲପୁରରେ ଅପରାଧକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ । ଲୋକାର୍ପିତ ବାହାନ ମଧ୍ୟରୁ କେବଳ ୧୨ଟି ଗାଡି ସହର ଭିତରେ ରହିବ । ସ୍ୱଳ୍ପ ସମୟ ମଧ୍ୟରେ ଲୋକମାନେ କରୁଥିବା ଅଭିଯୋଗ ସ୍ଥାନ ଖୁବ ଶୀଘ୍ର ଚିହ୍ନଟ କରିହେବ । ଜନସାଧାରଣଙ୍କ ଅଭିଯୋଗ କ୍ରମେ ତୁରନ୍ତ ପଦକ୍ଷେପ ନିଆଯିବ ।
ଓଡ଼ିଶାରେ ଆଇନଶୃଙ୍ଖଳାକୁ ଆହୁରି ମଜଭୂତ୍ କରିବା ତଥା ସମ୍ବଲପୁର ସହରରେ ଅପରାଧିକ ଘଟଣାବଳୀକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବିଶେଷ ପ୍ରାଥମିକତା ଦେଇଛନ୍ତି । ଏଥିପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଲୋକାର୍ପିତ ସୁବିଧା ଗୁଡ଼ିକ ମାଧ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ସୁରକ୍ଷା ଦେବା ଦିଗରେ ଅଧିକ ସହଯୋଗୀ ହେବ ବୋଲି ସେ କହିଛନ୍ତି ।