Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତ୍ୟାଧୁନିକ ନିରୀକ୍ଷଣ ବାହନ ଅପରାଧିକ ତତ୍ପରତା ରୋକିବାରେ ଏକ ନୂଆ ଅଧ୍ୟାୟ

ସମ୍ବଲପୁର:ଆଜି ପୂର୍ବାହ୍ନ ରେ ସମଲେଶ୍ଵରୀ ମନ୍ଦିର ଠାରେ ସମ୍ବଲପୁର ଜିଲ୍ଲାର ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ଅତ୍ୟାଧୁନିକ ନିରୀକ୍ଷଣ ବାହାନ ଲୋକାର୍ପିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଆଧୁନିକ ବୈଜ୍ଞାନିକ ଦୃଷ୍ଟିକୋଣରେ ଉନ୍ନତ କରିବା ଉଦ୍ଦେଶ୍ୟରେ ଏହା ଏକ ନୂଆ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ରେ, ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ,ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଶ୍ରୀ ରବିନରାୟଣ ନାୟକ, ଉତ୍ତରାଞ୍ଚଳ ରାଜସ୍ବ ଵିଭାଗୀୟ ଆୟୁକ୍ତ- ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ(ଭା.ପ୍ର.ସେ), ଉତ୍ତରାଞ୍ଚଳ ପୋଲିସ ଆଇଜି ଶ୍ରୀ ହିମାଂଶୁ ଲାଲ(ଭା.ପୋ.ସେ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭା.ପ୍ର.ସେ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ) ସମ୍ବଲପୁର ମହାନଗର ନିଗମ, ଆୟୁକ୍ତ ଶ୍ରୀ ବେଦଭୂଷଣ, (ଭା.ପ୍ର.ସେ) ପ୍ରମୁଖ ଉପସ୍ଥିତ ଥିଲେ।
ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ,ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ର ଆଇନ ଶୃଙ୍ଖଳା କୁ ଆହୁରି ମଜବୁତ କରିବା ପାଇଁ ସମ୍ବଲପୁର ଜିଲ୍ଲାକୁ ପ୍ରାଥମିକତା ଦେଇ ୧୫ ଟି ଅତ୍ୟାଧୁନିକ ନିରୀକ୍ଷଣ ବାହନ ପୋଲିସ ବିଭାଗ ଦେଇଥିବାରୁ ସେ ରାଜ୍ୟ ସରକାର ଙ୍କୁ ଧନ୍ଯବାଦ ଜଣାଇଥିଲେ। ସେ କହିଥିଲେ ଆମେ ସମ୍ବଲପୁର କୁ ଅପରାଧ ମୁକ୍ତ, ଓ ସୁରକ୍ଷା ବ୍ୟବସ୍ତା କୁ ଆହୁରି ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଛୁ। ଯୋଗାଯୋଗ କରିବାର ୫ ରୁ ୬ ମିନିଟ ମଧ୍ୟରେ ଏହି ନିରୀକ୍ଷଣ ବାହନ ଘଟଣା ସ୍ଥଳ ରେ ପହଞ୍ଚିପାରିବ ବୋଲି ମାନ୍ୟବର କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।ଜିଲ୍ଲା ପୋଲିସ ପ୍ରଶାସନ ଏହି ବାହନ ର ଉଚିତ ଉପଯୋଗ କରି ଲୋକମାନଙ୍କୁ ନିର୍ଭୟ କରିବାରେ ସହଯୋଗୀ ହେବେ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories