Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଗସ୍ତରେ ଛତିଶଗଡ଼ର ମହାମହିମ ରାଜ୍ୟପାଳ ଶ୍ରୀ ରମେନ ଡେକା

ସମ୍ବଲପୁର:ଛତିଶଗଡ଼ର ମହାମହିମ ରାଜ୍ୟପାଳ ଶ୍ରୀ ରମେନ ଡେକା ଆଜି ସମ୍ବଲପୁର ଗସ୍ତ ଆସି ପ୍ରଥମେ ବିଶ୍ୱ ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ।ତା’ପରେ ସେ ଅପରାହ୍ନ ୪ଟା ସମୟରେ କଚେରୀ ଛକ ଅବସ୍ଥିତ ପ୍ରସିଦ୍ଧ ସାହିତ୍ୟ ସାଧକ ଓ ଗର୍ବ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହକୁ ପରିଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।
ବେଜବରୁଆଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜଣାଇ ମହାମହିମ କହିଛନ୍ତି, “ଏଠାକୁ ଆସି ବେଶ ଗର୍ବ ଓ ଆନନ୍ଦ ଅନୁଭବ କରୁଛି। ସମ୍ବଲପୁର ହେଉଛି ସାହିତ୍ୟ ଜଗତର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ – କାରଣ ଏଠି ଲକ୍ଷ୍ମୀନାଥ ବେଜବରୁଆଙ୍କର କର୍ମଭୂମି ଥିଲା। ସେ ନିଜ ଜୀବନର ଅନେକ ମୂଲ୍ୟବାନ ବର୍ଷ ଏହି ସାଧନା ଗୃହରେ ବ୍ୟତୀତ କରି ଆମର ସାହିତ୍ୟ ରଚନା କରିଥିଲେ।”ମହାମହିମ ବେଜବରୁଆଙ୍କ ସାଧନା ଗୃହର ଚାରିପାଖରେ ହୋଇଥିବା ସୁନ୍ଦର ପରିଚାଳନା ଓ ସଂରକ୍ଷଣ ଦେଖି ସନ୍ତୋଷ ବ୍ୟକ୍ତ କରି ଓଡିଶା ଓ ଆସାମ ସରକାର ପ୍ରତି ଶ୍ରୀ ରମେନ ଡେକା କୃତଜ୍ଞତା ଜଣାଇଛନ୍ତି। ସେ ପ୍ରସ୍ତାବ ରଖିଛନ୍ତି ଯେ ଏଠି ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରାଯିବ, ଯାହା ଦ୍ଵାରା ନୂଆ ପିଢ଼ି ଏହି ବିଶିଷ୍ଟ ସାହିତ୍ୟିକ ନିବେଶ ବିଷୟରେ ଅଧିକ ତଥ୍ୟ ଜାଣିପାରିବେ।ଏହି ଅବସରରେ ମହାମହିମ ବେଜବରୁଆଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ବିଷୟରେ ମଧ୍ୟ ସ୍ମୃତିଚାରଣ କରି କହିଛନ୍ତି, “ସେ ଜଣେ କେବଳ ଲେଖକ ନୁହଁ ସେ ଜଣେ ସଫଳ ଉଦ୍ୟମୀ ଓ ଜେନ ସେବୀ ମଧ୍ୟ ଥିଲେ।
ଏହି ଦର୍ଶନ ବେଳେ ଅନେକ ଅଧିକାରୀ, ସମାଜ ସେବୀ ଓ ସାହିତ୍ୟ ପ୍ରେମୀ ମାନେ ଉପସ୍ଥିତ ଥିଲେ। ଏହା ମାଧ୍ୟମରେ ସମ୍ବଲପୁର ଏବଂ ଓଡିଶାର ସାହିତ୍ୟ ଓ ସଂସ୍କୃତିକୁ ଏକ ନୂଆ ପରିଚୟ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ