ମା ନାରାୟଣୀ କ୍ରିକେଟ କପ୍ ଉଦଯାପିତ ; ତେଲି ପାଲି କୁ ହରାଇ ହିଲୁଙ୍ଗ ଦଳ ଚାମ୍ପିଅନ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁଚୁରପଙ୍କ ପଞ୍ଚାୟତ ଘିଚl ପାଲି ଗାଁ ଖେଳ ପଡିଆରେ ଚାଲିଥିବା ତୃତୀୟ ମା ନାରାୟଣୀ ରଙ୍ଗିଲା କ୍ରିକେଟ କପ ଉଦଯାପିତ ହୋଇଯାଇଛି l ପ୍ରଥମ ସେମିଫାଇନାଲ୍ ଖେଳ ଘିଚାପାଲି ଓ ହିଲୁଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ହିଲୁଙ୍ଗ ଦଳ ବିଦାୟୀ ହୋଇଥିଲା I ଦ୍ଵିତୀୟ ସେମି ଫାଇନାଲ ଖେଳ କେନ୍ଦୁପାଲି ଓ ତେଲିପାଲି ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ କେନ୍ଦୁ ପାଲି କୁ ହରାଇ ତେଲିପାଲି ଦଳ ଫାଇନାଲରେ ପ୍ରବେଶ କରିଥିଲା l ପରବର୍ତ୍ତୀ ସମୟରେ ଫାଇନାଲ ମ୍ୟାଚ ତେଲିପାଲି ଓ ହିଲୁଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ହିଲୁଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 4 ଓଭରରେ 3 ଉଇକେଟ ହରାଇ 49 ରନ୍ କରିଥିଲା I ଜବାବରେ ତେଲିପାଲି ଦଳ 4 ଓଭରରେ 5 ଉଇକେଟ ହରାଇ 40 ରନ୍ କରି ପରାସ୍ତ ହୋଇଥିଲା l ଫଳରେ ହିଲୁଙ୍ଗ ଦଳ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା I ଆଶିଷ ଜଗଦଳl ଓ ଦେବାଶିଷ ଜଗଦଳl ଖେଳ ପରିଚାଳନା କରିଥିବା ବେଳେ ପ୍ରଣୟ ମହାକୁର ସ୍କୋରର ଥିଲେ I ମାନସ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ I