Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ପକ୍ଷ-୨୦୨୫ ପାଳନ: ଦେବାଳୟ ଓ ଐତିହ୍ୟ ସ୍ଥଳୀରେ ସ୍ୱଚ୍ଛତା ଅଭିଯାନ

ସମ୍ବଲପୁର:ରବିବାର ପୂର୍ବାହ୍ନରେ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଷଷ୍ଠ ଦିନ ଅର୍ଥାତ ୬ ଏପ୍ରିଲରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡ଼ିକ ରେ ସ୍ୱଚ୍ଛତା ଅଭିଯାନ ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମଙ୍କ ସହଯୋଗରେ ମା’ ସମଲଶ୍ବରୀଙ୍କ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା।
ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମଲେଇ ଏଜେନ୍ସୀ କ୍ୱେଷ୍, ଏବଂ ନିଯୁକ୍ତ ସଫାଈ କର୍ମୀମାନେ ସକ୍ରିୟ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମା’ ସମଲେଶ୍ଵରୀ ମନ୍ଦିର ଓ ଏହାର ସଂଲଗ୍ନ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଭଲଭାବରେ ପରିଚ୍ଛନ୍ନ କରାଇଥିଲେ।
ଏହି ଅଭିଯାନ ସ୍ଥଳ ରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭା.ପ୍ର.ସେ), ସମ୍ବଲପୁର ମହାନଗର ନିଗମ,ଆୟୁକ୍ତ ଶ୍ରୀ ବେଦଭୂଷଣ,(ଭା.ପ୍ର.ସେ), ଡେପୁଟି କମିଶନର, ସାନିଟେସନ ସୁଭଦିପ୍ତା ମହାନ୍ତି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ।ସୂଚନା ଅନୁଯାୟୀ ସମ୍ବଲପୁର ର ସମସ୍ତ ବ୍ଲକ ରେ ଏହି ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ