Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ମାନଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ସମ୍ବଲପୁର: ଏସୟୁଜେ ଓଡିଶା, ସମ୍ବଲପୁର ଜିଲ୍ଳା ଶାଖା ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା l ନିକଟରେ ପୁରୀ ର ଦୁଇ ଜଣ ସାମ୍ବାଦିକ ବଡଖବର ର ଲିନୁ ନାୟକ ଓ କେମରା ମେନ ଶିବ କିଶୋର ପଲାଇ ଙ୍କୁ ପୁରି ଶ୍ରୀ ମନ୍ଦିର ର ସେବାୟତ ତଥା ଗୁମାସ୍ତା ମାନେ ଖବର ସଂଗ୍ରହ ବେଳେ ସଂଗବଦ୍ଧ ଆକ୍ରମଣ କରିଥିଲେ l ଖବର ସଂଗ୍ରହବେଳେ ସଦାସର୍ବଦା ଏପରି ଘଟଣା ମାନ ହେଉଛି l ଏହାର ପ୍ରତିବାଦ ସ୍ୱରୂପ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଏବଂ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଈଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଳା ପ୍ରଶାସନ ମାଧ୍ୟମରେ ଦାବିପ୍ରଦାନ କରାଯାଇଥିଲା l ଦାବୀ ପତ୍ର ପ୍ରଦାନ ସମୟରେ ସମ୍ବଲପୁର ଜିଲ୍ଳା ସଭାପତି ରାଧେଶ୍ୟାମ ପଣ୍ଡା, ସମ୍ପାଦକ ପ୍ରମୋଦ ବହିଦାର, ଟିକେଶ୍ୱର ପ୍ରଧାନ ଉପସଭାପତି, ଚନ୍ଦ୍ରଚୂଡ଼ ସିଂ ଉପସଭାପତି, ଆଲୋକ କୁମାର ଦାସ, ସଂଗଠନିକ ସମ୍ପାଦକ, ହରିଶଙ୍କର ମିଶ୍ର, ପ୍ରଶାନ୍ତ କୁମାର ସାହୁ, ଆତ୍ମରାମ ସୁପକାର, ସତମାନ ବାଗ ଏବଂ ଅନ୍ୟାନ୍ୟ ସାମ୍ବାଦିକ ଗଣ ଉପସ୍ଥିତ ରହିଥିଲେ।