ସୁବଳୟା ହାଇସ୍କୁଲ ରେ ପ୍ରାଥମିକ ଚିକିତ୍ସା ତାଲିମ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସୁବଳୟା ହାଇସ୍କୁଲ ରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ଓସେପା ଗାଇଡ ଲାଇନ ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣାଲତା ବେହେରାଙ୍କ ଅଧ୍ୟକ୍ଷତା କରି ପ୍ରାଥମିକ ଚିକିତ୍ସା ସମସ୍ତ ଛାତ୍ରଛାତ୍ରୀ ନିହାତି ଭାବେ ଜାଣିବା ଆବଶ୍ୟକ ଓ ସେମାନେ ଅନ୍ୟମାନଙ୍କ ସାହାଯ୍ୟ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶlୟତଙ୍କ ନେତୃତ୍ୱ ରେ ସାଧନ କର୍ମୀ ଆଶିଷ ନାଏକ , ସସ୍ମିତା ସାହୁ , ଚନ୍ଦ୍ର ଶେଖର ମହାପାତ୍ର , ବିସିସି ବୈକୁଣ୍ଠ ନାୟକ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ମୂର୍ଚ୍ଛା, ଶକ, ରିକଭାରି ପୋଜିସନ୍ , ରକ୍ତ ସ୍ରାବ , ଡି ଆର ଏସ ଏ ବି ସି , ଚୋକିଂ, ରୋଗୀ ସ୍ଥାନାନ୍ତରଣ ଓ ଵ୍ୟାନଡେଜ ଆଦି ବିଷୟରେ ତାଲିମ ଦେଇଥିଲେ । ଏଥି ସହିତ ଡାକ୍ତର ଦୀପଙ୍କର କର୍ମୀ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ବରିଷ୍ଠ ଶିକ୍ଷକ ତଥା ରେଡ କ୍ରସ ସାଧନ କର୍ମୀ ଚନ୍ଦ୍ରମଣି ବାଘ ସ୍ବାଗତ ଅଭିଭାଷଣ କରିଥିବା ବେଳେ ଶିକ୍ଷକ ସଦାନନ୍ଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ I ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।