ବରଗଡ଼ ଜିଲ୍ଲା ପଦ୍ମପୁର ରାମଜୀ ମନ୍ଦିରରେ ରାମନବମୀ ପାଳନ


ବରଗଡ଼:ବରଗଡ଼ ଜିଲ୍ଲା ପଦ୍ମପୁର ସହରର ରାମଜୀ ମନ୍ଦିର ଠାରେ ଶ୍ରୀରାମ ନବମୀ ଓ ରାମଚନ୍ଦ୍ର ଙ୍କ ଜନ୍ମ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ରାମଜୀ ମନ୍ଦିର ପରିଚାଳନା କମିଟି ତରଫରୁ ପରିଚାଳିତ ଓ ରାମନବମୀ କମିଟି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ରେ ସକାଳ ୮ ଘଣ୍ଟା ସମୟରୁ ସକାଳ ଆଳତୀ ମାଧ୍ୟମରେ ପୂଜାର୍ଚ୍ଚନା ଶୁଭାରମ୍ଭ ହୋଇ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ ହୋଇଥିଲା ସକାଳ ୯ ଘଣ୍ଟା ସମୟରେ କଳସ ସ୍ଥାପନ, ଦିନ ୧୦ ଘଣ୍ଟା ସମୟରୁ ୧୨ ଘଣ୍ଟା ୩୦ ମିନିଟ୍ ସମୟ ମଧ୍ୟରେ ପୂଜାର୍ଚ୍ଚନା, ବିଶ୍ଵଶାନ୍ତି ହୋମ ଓ ଭାଗ ଲାଗି କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା। ଦିନ ଗୋଟାଏ ସମୟରୁ ଅନ୍ନ ପ୍ରସାଦ, ସନ୍ଧ୍ୟା ୫ଟା ୩୦ ସମୟରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଜନ୍ମ ଉତ୍ସବ, ଧ୍ଵଜା ବନ୍ଧନ କାର୍ଯ୍ୟକ୍ରମ, ସନ୍ଧ୍ୟା ୭ ଘଣ୍ଟା ସମୟରୁ ୯ ଘଣ୍ଟା ସମୟ ମଧ୍ୟରେ ନଗର ପରିକ୍ରମା କରିବାସହ ରାତି ୧୦ ଘଣ୍ଟା ସମୟରେ ଶେଷ ଆଳତୀ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ଦରାକାଣ୍ଡ, ପ୍ରବଚନ ଓ ହନୁମାନ ଚାଲିସି ପଠନ ହୋଇଥିଲା । ସହରର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମେତ ମନ୍ଦିର କୁ ସହଯୋଗ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କର ସମାଗମ ହୋଇ ଶ୍ରୀରାମ ନବମୀ ପାଳନ ହୋଇଥିଲା।