ଓଡ଼ିଶାରେ ଗରମ ବଢୁଛି। ଝାରସୁଗୁଡ଼ାରେ ସୋମବାର ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ହୋଇଛି। ସମ୍ବଲପୁରରେ ୩୯.୮, ରାଉରକେଲାରେ ୩୯ ଓ ହୀରାକୁଦରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ତା’ପରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ କହିଛି।
ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଯାଇ ଏପ୍ରିଲ ୮ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ପରେ ଏହା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦିଗକୁ ଗତି କରି ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।
ଏପ୍ରିଲ ୭ରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହାଲୁକା ବର୍ଷା ହୋଇପାରେ। ଏପ୍ରିଲ ୮ରେ ବାଲେଶ୍ୱର, ଭଦ୍ରକ, ଜୟପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷା ଆସିବ। ସନ୍ଧ୍ୟା ୮ଟା ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ୩୦-୪୦ କିମି ବେଗରେ ପବନ ହୋଇପାରେ। ଲୋକଙ୍କୁ ସୁରକ୍ଷିତ ଜାଗାକୁ ଯିବାକୁ ପରାମର୍ଶ ଦିଆଯାଇଛି।
ଏପ୍ରିଲ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ଓ ପବନ ସହ ବର୍ଷା ଜାରି ରହିବ। ଏପ୍ରିଲ ୯ରେ ବାଲେଶ୍ୱର, ଭଦ୍ରକ, ଜୟପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ୪୦-୫୦ କିମି ବେଗରେ ପବନ ସହ ଘଡ଼ଘଡ଼ି ହୋଇପାରେ। ଏପ୍ରିଲ ୧୦ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ସମାନ ପାଗ ରହିବ।