Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାନେଶ୍ବର ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର :ସୋମବାର ମାନେଶ୍ବର ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ, ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର, ଶ୍ରୀ ମୁକେଶ ଭାମୂ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୋଟ ୩୦ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୨୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୩ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତ ଥିଲା ।୨ ଟି ଅଭିଯୋଗ ତ୍ୱରିତ ସମାଧାନ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ଚକୁଳି ଗ୍ରାମକୁ ଗସ୍ତ କରି ବୁଣାକାର ମାନଙ୍କ ସହିତ ସେମାନଙ୍କ ସମସ୍ଯା ବିଷୟରେ ଆଲୋଚନା କରିଥିଲେ। ସେଠାରେ ପାନୀୟଜଳ ସଂକଟ, ଯୋଗାଯୋଗ ସୁବିଧା ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଆଦି ସମୀକ୍ଷା କରିଥିଲେ।