Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମୀରେ ସପ୍ତମ ଶ୍ରୀ ରାମଲୀଳା ମହୋତ୍ସବ ପାଇଁ ବାଜିଲା ବିଗୁଲ

ସମ୍ବଲପୁର: କୁସୁମୀରେ ସପ୍ତମ ଶ୍ରୀ ରାମଲୀଳା ମହୋତ୍ସବ ପାଇଁ ବାଜିଲା ବିଗୁଲ।ଆଜି ଘଣ୍ଟ ଘଣ୍ଟା ମୃଦଙ୍ଗ ଖୋଲ କରତାଲ ଭେରି ତୂରୀ ତଥା ଶଙ୍ଖ ନାଦ ର ଧ୍ଵନୀ ସାଙ୍ଗରେ ଶତାଧିକ ମହିଳା ଓ ପୁରୁଷ ଙ୍କ ସହ ଏକ ବିରାଟ ଶୋଭାଯାତ୍ରା ରେ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଦେବ ନିମନ୍ତ୍ରଣ ସହିତ କଳାକାର ବରଣ ମଧ୍ୟ ଆଜି କରାଯାଇଛି।ଏଥିପାଇଁ ଏକ ବିରାଟ ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଛି।
ଆଜି ଠାରୁ ପ୍ରସିଦ୍ଧ ଶ୍ରୀ ରାମଲୀଳା ମହୋତ୍ସବ ଆରମ୍ଭ ହୋଇ ବୁଧବାର ଆନୁଷ୍ଠାନିକ ଭାବେ ନାଟକୀୟ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାମାୟଣ ଆଧାରିତ କାର୍ଯ୍ୟକ୍ରମ ପୁରାତନ ଗୀତିନାଟ୍ୟ ଆଧାର ରେ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ରାମାୟଣର ସାତଟି କାଣ୍ଡ ସାତ ଦିନ ଧରି ମଞ୍ଚସ୍ଥ ହେବ।ଏଥିରେ ଅଞ୍ଚଳର ବଛା ବଛା ଛୋଟ ବଡ଼ କଳାକାର ଅଂଶ ଗ୍ରହଣ କରୁଛନ୍ତି।ବିଗତ ଛଅ ବର୍ଷ ଧରି ଏହାର ସଫଳତା ପରେ ଚଳିତ ବର୍ଷ ଏକ ଭିନ୍ନ ତଥା ଉନ୍ନତ ମାନର ଉପସ୍ଥାପନା ହେବାର ଯୋଜନା କରାଯାଇଛି। ଆସନ୍ତା କାଲି ଦଶରଥ ଙ୍କ ପୂତ୍ରେଷ୍ଟୀ ଯଜ୍ଞ ରାମଜନ୍ମ ଓ ନାମକରଣ ଏକୋଇଶିଆ ଉତ୍ସବ ସହିତ ବିଦ୍ୟାରମ୍ଭ ଓ ତାଡକା ବଧ କାର୍ଯ୍ୟକ୍ରମ ହେବ।ଦ୍ଵିତୀୟ ଦିନରେ ସୀତା ସ୍ଵୟମ୍ବର ସୀତା ବିବାହ ରlମ ବନବlସ ତୃତୀୟ ଦିବସ ସୀତା ଚୋରି ଜଟାୟୁ ଉଦ୍ଧାର ଚତୁର୍ଥ ଦିନରେ ଶବରୀ ପ୍ରସଙ୍ଗ ସୁଗ୍ରୀବ ମିତ୍ରତା ବାଲି ବଧ ପଞ୍ଚମ ଦିନରେ ସୀତା ଠାବ ଲଙ୍କା ପୋଡ଼ି ଷଷ୍ଠ ଦିନରେ ସେତୁ ବନ୍ଧ ପ୍ରତିଷ୍ଠା କୁମ୍ଭକର୍ଣ୍ଣ ବଧ ଇନ୍ଦ୍ରଜିତ ବଧ ସପ୍ତମ ଦିନରେ ତରଣି ସେନ ବଧ ରାବଣ ବଧ ଓ ଶ୍ରୀରାମଚନ୍ଦ୍ର ଙ୍କ ଅଭିଷେକ ଉତ୍ସବ କାର୍ଯ୍ୟକ୍ରମ ରହିଛି। କଳା ଓ କଳାକାର ସଂଘ କୁସୁମୀ ର କଳାକାର ମାନେ ଏଥିରେ ଅଭିନୟ କରୁଛନ୍ତି।ଚଳିତ ବର୍ଷ ରାବଣ ଭୂମିକା ରେ ବିଭୂତି କଲ୍ୟାଣ ପଟେଲ ଓ ମନ୍ଦୋଦରୀ ଭୂମିକାରେ ତାଙ୍କ ଧର୍ମପତ୍ନୀ ଲିଲିମା ପଟେଲ ଅଭିନୟ କରୁଛନ୍ତି। ସେହିପରି ରାମ ଭୂମିକା ରେ ଶୋଭକlନ୍ତ ନାୟକ ଲକ୍ଷ୍ମଣ ଭୂମିକା ରେ ସୁବାସ ପଟେଲ ଦଶରଥ ଭୂମିକାରେ ମିତ୍ର ଭାନୁ ନାୟକ ସୀତା ଭୂମିକାରେ ଆଲିଶା ମନୋହରୀ ଅଭିନୟ କରିବେ ନାଟ୍ୟ ନିର୍ଦ୍ଦେଶକ ଚନ୍ଦ୍ରଭାନୁ ନାଏକ ସହ ନିର୍ଦ୍ଦେଶକ ଶ୍ରୀକାନ୍ତ ପଟେଲ ମଞ୍ଚ ସଜ୍ଜ୍ୟା ଅନୁପ ପଧlନ ରହିଥିବା ବେଳେ ଉପଦେଷ୍ଟା ଭାବେ ଆଦିତ୍ୟ ପଟେଲ ହରିହର ବଢେଇ ଦେବବ୍ରତ ପଟେଲ ରହିଛନ୍ତି ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା୩୦ ମିନିଟ ସମୟରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ