Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଆ ପକ୍ଷ ପାଳନ:ରକ୍ତଦାନ ଅଭିଯାନରେ ସଂଗ୍ରହ ହେଲା ୬୦ ୟୁନିଟ ରକ୍ତ

ସମ୍ବଲପୁର: ଓଡ଼ିଆ ପକ୍ଷ-୨୦୨୫ ପାଳନ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲାରେ ରକ୍ତଦାନ ଅଭିଯାନ ଦିବସ ରେଡ଼କ୍ରସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ବିଧାୟକ,ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ଲୋକପ୍ରତିନିଧି ସୁଶ୍ରୀ ଶୁଭଶ୍ରୀ ମିଶ୍ର ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ରକ୍ତ ଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ନର୍ସ, ଶିକ୍ଷାର୍ଥୀ, ସ୍ଥାନୀୟ ଯୁବବର୍ଗ ଏବଂ ଛାତ୍ରଛାତ୍ରୀ ସ୍ଵେଚ୍ଛାକୃତ ଭାବରେ ଆସି ରକ୍ତଦାନ କରିଥିଲେ। ସମୁଦାୟ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ନର୍ସ ମାନଙ୍କୁ ରକ୍ତଦାନ ର ମହତ୍ଵ ବିଷୟରେ ସଚେତନ କରଯାଇଥିଲା। ରକ୍ତଦାତାଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ ରକ୍ତଦାନ ଅଭିଯାନ ଆୟୋଜିତ ହୋଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର Blood bank ଅଧିକାରୀ କଳ୍ପେଶ କକର, ସହକାରୀ ଜିଲ୍ଲା କିକିତ୍ସା ଅଧିକାରୀ ଡ. ଅଲେଖ ମହାପାତ୍ର, ଡ. ଏସ.କେ ତିରିୟା, ଡ. ସୁଚିତ୍ରା ଏବଂ ସରକାରୀ ମହିଳା ମାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ରାଜଶ୍ରୀ ବରାଳ, ଜିଲ୍ଲା ସଂଯୋଜକ(ରେଡକ୍ରସ, ଯୁବକ ସଂଘ) ପବିତ୍ର ମୋହନ ବେହେରା, ଜିଲ୍ଲା ପରାମର୍ଶଦାତା (ରେଡକ୍ରସ, ଯୁବକ ସଂଘ) ଡ. ଦୀପକ କୁମାର ଓଝା, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ପଣ୍ଡା, ଏନଏସଏସ ସଦସ୍ୟା ସନ୍ଧ୍ଯା ସାହୁ, ସୁନିତା ନାଏକ ଙ୍କ ସମେତ ସହକାରୀ ଜିଲ୍ଲାପାଳ ରୋସେଲୀନା ତିର୍କୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲ୍ଲୁ, ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।