Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନତା ହାଇସ୍କୁଲରେ ବ୍ଲକସ୍ତରୀୟ ପରିପୋଷଣୀୟ ଜୀବନଶୈଳୀ ପ୍ରଦର୍ଶନୀ

ସମ୍ବଲପୁର:ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ପରିପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ବ୍ଲକସ୍ତରୀୟ ପ୍ରଦର୍ଶନୀ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ,ମୁଖ୍ୟ ବକ୍ତା ଭାବେ କେଦାରନାଥ ଆଦିବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ,ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ, ବ୍ଲକ ବିଜ୍ଞାନ ଫୋରମର ଅଧ୍ୟକ୍ଷ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ, କାର୍ଯ୍ୟକାରୀ ସମ୍ପାଦକ ଜନତା ହାଇସ୍କୁଲ ଭୁକ୍ତାର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ମଞ୍ଚାସୀନ ଥିଲେ।ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଅତିଥିବୃନ୍ଦ ଶୃଙ୍ଖଳିତ ଦୈନନ୍ଦିନ ଜୀବନ ଚର୍ଯ୍ୟା ମାଧ୍ୟମରେ ପରିବେଶର ଭାରସାମ୍ୟ ରକ୍ଷା କରାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ।ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁକ୍ତାର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଜୟନ୍ତ ସାହୁ, ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ବିର୍ମନ ପ୍ରଧାନ ଓ ଯୋଗ ଶିକ୍ଷକ ହେମନ୍ତ ସାହା ଯୋଗ ଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।ଜଳ ସମ୍ପଦର ସୁରକ୍ଷା,ଶକ୍ତି ସମ୍ପଦର ସୁରକ୍ଷା,ବର୍ଜ୍ୟବସ୍ତୁ କମ କରିବା,ଇଲେକ୍ଟ୍ରୋନିକସ ବସ୍ତୁ ବର୍ଜ୍ୟବସ୍ତୁ କମ କରିବା,ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କମାଇବା,ସୁସ୍ଥ ଜୀବନଶୈଳୀ,ପୋଷଣୀୟ ଖାଦ୍ୟ ଉତ୍ପାଦ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ନିଜ ପ୍ରକଳ୍ପ ଆଣିଥିଲେ।ସର୍ବମୋଟ ୫୦ଟି ପ୍ରକଳ୍ପ ୫୦ଜଣ ମାର୍ଗଦର୍ଶକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପ୍ରଦର୍ଶିତ ହୋଇଥିଲା।ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରକଳ୍ପ ମଧ୍ୟରେ ବୋଧକ ସାହୁ, ଭାବନା ମେହେର, କିଶନ ମଲ୍ଲିକ,ରାହୁଲ ପଟେଲ,ମୁସ୍କାନ ଭୋଇଙ୍କ ପ୍ରସ୍ତୁତ ପ୍ରକଳ୍ପ ସ୍ଥାନ ପାଇଥିଲା। ଅତିଥି ବୃନ୍ଦ ସମସ୍ତ ପ୍ରତିଯୋଗୀ ଓ ମାର୍ଗ ଦର୍ଶକ ଶିକ୍ଷକମାନଙ୍କୁ ମାନପତ୍ର ପ୍ରଦାନ କରିବା ସହିତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ଓ ଏହି ପ୍ରକଳ୍ପ ଗୁଡ଼ିକ ଜିଲାସ୍ତରୀୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ ବୋଲି ସୂଚିତ କରାଯାଇଥିଲା। ସି ଆର ସି ସି କେଦାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସି ଆର ସି ସି ପୁନୀରାମ ଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।ବ୍ଲକର ସମସ୍ତ, ସି ଆର ସି ସି,ଶିକ୍ଷକ ଶିକ୍ଷୟିତ୍ରୀ, ବିଜ୍ଞାନ ଫୋରମର ସଦସ୍ୟଙ୍କ ସମେତ ଭୁକ୍ତା ଜନତା ହାଇସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ଯକ୍ରମ ସମ୍ପାଦିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ