Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ଭୟଙ୍କର ଦୁର୍ଘଟଣା

ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ଦୁର୍ଘଟଣା। ପଛକୁ ପଛ ୩ ଟ୍ରକ୍ ଧକ୍କା। ଗତକାଲି ରାତିରେ ଭୁବନେଶ୍ବର ପଳାଶୁଣି ଛକରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, କଟକ ଆଡକୁ ଯାଉଥିବା ଏକ ଟ୍ରକ୍ ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା । ପୋଲିସ ଖବରପାଇ ଦୁର୍ଘଟଣାସ୍ଥଳରୁ ଗାଡି ଗୋଡିକ ହଟାଇବା ସହ ଏନେଇ ତଦନ୍ତ ଜାରି ରଖିଛି । ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

ଫଳରେ କିଛି ସମୟ ପାଇଁ ପଳାଶୁଣି ଛକରେ ଗାଡିମୋଟର ଯାତାୟତରେ ବାଧା ଉପୁଜିଥିଲା । ତେବେ ଏହାକୁ ନେଇ ରାତିରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।