Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଁ ବିଜେଡିରେ ନାହିଁ କହିବା ନବୀନଙ୍କ ମୁହଁରେ ଶୋଭା ପାଉନି: ପ୍ରଭାତ

ଭୁବନେଶ୍ବର: ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଛନ୍ତି । ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି, ଦଳରୁ ବିଦା ହୋଇଛନ୍ତି । ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି । ଗତକାଲି ପ୍ରଭାତଙ୍କୁ ନେଇ ଏମିତି କିଛି କହିଥିଲେ ନବୀନ । ଆଉ ଆଜି ପ୍ରଭାତ, ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରି ଜବାବ ଦେଇଛନ୍ତି । ଖାଲି ଜବାବ ଦେଇ ନାହାନ୍ତି, ନବୀନଙ୍କ ପ୍ରତିକ୍ରିୟାକୁ କଟାକ୍ଷ କରିବା ସହ ଶୋଭନୀୟତାର ପାଠ ପଢ଼ାଇଛନ୍ତି ।

ପାଣ୍ଡିଆନଙ୍କୁ ନେଇ ବିଜେଡି ଦୁଇ ଫାଳ । ନବୀନ ଅସହାୟ । ଦୁଇ ଡଙ୍ଗାରେ ଗୋଡ଼ ଦେଇଛନ୍ତି ନବୀନ । ଗୋଟିଏ ନବୀନ ବିଜେଡି ଓ ଅନ୍ୟଟି ପାଣ୍ଡିଆନ ବିଜେଡି । ବୁଡ଼ିବା ତ ନିଶ୍ଚିତ । ପାଣ୍ଡିଆନ ନାମକ ଝଡ଼ରେ ବିଜେଡି ଦୋହଲୁ ଥିବା ବେଳେ ପ୍ରଭାତ ନାମକ କାଳବୈଶାଖି ବଜ୍ରପାତ ସହ ବିଜେଡି ଉପରେ ଘନ ଘନ ପଡୁଛି ।

ଗତକାଲି ପ୍ରଭାତ ଦଳରେ ନାହାନ୍ତି ବୋଲି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଏହାକୁ କାଉଣ୍ଟର କରିବା ସହ ନବୀନଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ । କହିଛନ୍ତି, ‘୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ଚିଟ୍‌ଫଣ୍ଡ ମାମାଲାରେ ମୋତେ ନିଲମ୍ବନ  କରାଯାଇଥିଲା । ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କୋଭିଡ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରେ । ଗତ ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି ।’     

ପ୍ରଭାତ ଆହୁରି କହିଛନ୍ତି, ‘ଯେଉଁ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି ତାହା ନେଇ ନବୀନ ମତ ଦେଇଛନ୍ତି । ଚିଟ୍‌ଫଣ୍ଡ୍‌ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ । ମୁଁ ଦୋଷୀ ସାବ୍ୟସ୍ତ ହୋଇନି । ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି । ଲୁଚିଛି ନା ଗୋଡ଼ ଦିଟା ଭଳି ନ୍ୟାୟ କଲେ ବିଜେଡିର ଭବିଷ୍ୟତ ଭଲ ନାହିଁ ବୋଲି ମୁଁ ଆକଳନ କରୁଛି ।’

ସେ ଆହୁରି କହିଛନ୍ତି, ୱାକଫ ବିଲ୍‌ ସମର୍ଥନ ବା ବିରୋଧ କରିବାକୁ ଏଥର କୌଣସି ହ୍ୱିପ୍‌ ଜାରି ହୋଇ ନଥିଲା । ଦଳର ବହୁ ବରିଷ୍ଠ ବିଧାୟକ ଯେଉଁଦିନ ଏହି ଘଟଣା ଘଟିଲା ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସସ୍ମିତ ପାତ୍ରଙ୍କୁ ଭୋଟ ଦେବାକୁ କିଏ କହିଥିଲେ ସ୍ପଷ୍ଟ ହୋଇଗଲେ କୌଣସି ଇସ୍ୟୁ ରହି ନଥାନ୍ତା । ହେଲେ ନବୀନ ଏହାକୁ କ୍ଲିୟର କଲେନି । ମିଛ କହି ନବୀନ ନିଜ ଭାବମୂର୍ତ୍ତିକୁ ନିଜେ କ୍ଷୁର୍ଣ୍ଣ କରୁଛନ୍ତି ।