Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବହଳପଦର ପ୍ରିମିୟର ଲିଗ୍ କ୍ରିକେଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଡ଼ିଆରେ ଦଧି ବାମନ କ୍ଲବ ଆନୁକୂଲ୍ୟରେ ବହଳପଦର ପ୍ରିମିଅର ଲିଗ କ୍ରିକେଟ ଉଦଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ୍ ଟି ନଟରାଜ ଫାଇଟର ଓ କିଙ୍ଗ କୋବ୍ରା ମଧ୍ୟରେ ହୋଇଥିଲା । କିଙ୍ଗ କୋବ୍ରା ପ୍ରଥମେ ବ୍ୟାଟିଂ ୧୨୦ ରନ କରିଥିଲା। ଜବାବରେ ନଟରାଜ ଫାଇଟର ୧୨୧ ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ରେ କିଙ୍ଗସ୍ ଏକାଦଶ ୧୫୪ ରନ କରିଥିଲା ବେଳେ ଟାଇଗର ଏକାଦଶ ନିର୍ଦ୍ଧାରିତ ୧୨୬ ରନ କରି ପରାସ୍ତ ହୋଇଥିଲା । ମ୍ୟଚ ଗୁଡିକରେ ଅଜିତ ପଧାନ ଓ ସଲିମ ପଧାନ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ଅନିଲ ଭୁକ୍ତା ସ୍କୋରିଙ୍ଗ କରିଥିଲେ।