Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶ୍ରୀରାମ ନବମୀ ମହୋତ୍ସବ ରେ ଶ୍ରଦ୍ଧାଳୁ ଙ୍କୁ ସର୍ବତ ବଣ୍ଟନ।

କଳାହାଣ୍ଡି:୧୦/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଅବସ୍ଥିତ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ତଥା ଏଠାରେ ଥିବା ପୌରାଣିକ ପୃଷ୍ଠଭୂମି ବହନ କରୁଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀରାମ ନବମୀ ମହୋତ୍ସବ ମହା ଆଡମ୍ବରରେ ପାଳନ ହେଉଥିବା ବେଳେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିବା ପରିଲକ୍ଷିତ ହେଉଛି। ଟାଣ ଖରାରେ ଶ୍ରଦ୍ଧାଳୁ ଙ୍କୁ ଉପଶମ ଦେବାପାଇଁ କୋକସରା ବ୍ଲକ ର ସ୍ବେଚ୍ଛାସେବୀ ସଙ୍ଗଠନ ର ମିଳିତ ପ୍ରୟାସ ରେ ଲେମ୍ବୁ ଓ ଦହି ସର୍ବତ ପାଣି ବଣ୍ଟନ କରାଯାଇଛି। ଏହି ଜନସେବା ଆଜି ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ସ୍ବେଚ୍ଛାସେବୀ ଯୁବକ ଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଜଣାଇଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ର ଭୁବନେଶ୍ୱର ଦିଶାରୀ, ଖଗେଶ୍ୱର ନାଏକ, ବିରେନ୍ଦ୍ର ମାଝୀ, ସୌରଭ ସରାବୁ, ଗୋଲାପ ନାଏକ, ଅନୀଲ କୁମାର ନାଏକ,ଅରୁଣ ନାଏକ, ବସନ୍ତ ସରାବୁ, ତୁଳସିରାମ ପୁଝାରି,ଜ୍ୟୋର୍ତିମୟ ପୁଝାରି,କୁମୁଦ ଚନ୍ଦ୍ର ପାତ୍ର, ପୁରୁଷୋତ୍ତମ ଦାସ, ଭଗବାନ ମାଝୀ,ଦୁର୍ମାନ୍ୟ ଶବର, ହୁସିଆରୀ ହଂସ,ନୀଳମଣି ଲହଜଳ,ଧର୍ମେନ୍ଦ୍ର ମାଝୀ ପ୍ରମୁଖ ଯୁବକ ମାନେ ସହଯୋଗ କରିଥିଲେ।