Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋତୁରାଜ ବାଦ୍; ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ବନିଲେ ଧୋନି

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଋତୁରାଜ ଗାୟକୱାଡ ଆଘାତ ଯୋଗୁଁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସେ ଏବେ ଗାୟକୱାଡଙ୍କ ସ୍ଥାନରେ ଆଗାମୀ ମ୍ୟାଚ୍ ଗୁଡ଼ିକରେ ଦଳର ନେତୃତ୍ୱ ନେବେ।

ଚେନ୍ନାଇ ଏହାର ପରବର୍ତ୍ତୀ ମ୍ୟାଚ୍ ଶୁକ୍ରବାର ଅର୍ଥାତ୍ ଆଜି କୋଲକାତା ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ପୂର୍ବରୁ ଅଧିନାୟକ ଋତୁରାଜ ଗାୟକୱାଡ କହୁଣୀରେ ଆଘାତ ଯୋଗୁଁ ସମଗ୍ର ସିଜିନ ପାଇଁ ବାଦ ପଡ଼ିଛନ୍ତି। ଏହା ଦଳର ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଷ୍ଟାର ବ୍ୟାଟସମ୍ୟାନଙ୍କ ବଦଳରେ ଧୋନି ଏବେ ଦଳର ନେତୃତ୍ୱ ନେଉଥିବାର ଦେଖାଯିବେ।

ତେବେ ଚେନ୍ନାଇ ସୁପର କିଙ୍ଗ୍ସ ସିଜିନ୍ ମଝିରେ ଅଧିନାୟକ ପରିବର୍ତ୍ତନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦିଓ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ଦଳ ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଋତୁରାଜଙ୍କୁ ଅଧିନାୟକ କରିଥିଲା। ଧୋନୀ ଏବଂ ଗାୟକୱାଡଙ୍କ ବ୍ୟତୀତ ସୁରେଶ ରାଇନା ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଦଳର ନେତୃତ୍ୱ ନେଇଛନ୍ତି। ଧୋନିଙ୍କ ଅନୁପସ୍ଥିତିରେ ରୈନା ଦଳର ନେତୃତ୍ୱ ନେଉଥିଲେ। ଜାଡେଜାଙ୍କୁ ମଧ୍ଯ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ IPL 2022 ରେ ଅଧିନାୟକ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ