ଅଶାନ୍ତ ପିପିଲି: ଫୁଟିଲା ବୋମା, ଅଭିଯୁକ୍ତ ସମେତ ୩ ଗୁରୁତର


ପିପିଲି: ଗତ ବିଳମ୍ବିତ ରାତିରେ ପିପିଲିରେ ଫୁଟିଲା ବୋମା । ଜମାଲପୁର ମେଲଣ ପଡିଆ ନିକଟରେ ହୋଇଛି ବୋମମାଡ଼ । ୩ଟି ବୋମା ଫୁଟିଥିବା ସୂଚନା ମିଳିଛି । ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ବୋମା ଫିଙ୍ଗିଥିବା ଯୁବକ ଗୁରୁତର ହୋଇଛନ୍ତି । ବୋମାମାଡ଼ ସମୟରେ ତା’ ହାତରେ ଗୋଟିଏ ବୋମା ଫାଟି ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ. ଗତକାଲି ରାତିରେ ଜମାଲପୁର ଗାଁରେ ଯାତ୍ରା ହେଉଥିଲା । ବର୍ଷା ହେବା ଯୋଗୁଁ ଲୋକମାନେ ଘରକୁ ପଳାଇ ଯାଇଥିଲେ । ଏହାପରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଗାଁ ମେଲଣ ପଡିଆ ନିକଟରେ ବୋମାମାଡ଼ ହୋଇଥିଲା । ମୋଟ ୩ଟି ବୋମାମାଡ଼ ହୋଇଥିଲା । ଏବେ ବି ଘଟଣାସ୍ଥଳରେ ଗୋଟିଏ ଜୀବନ୍ତ ବୋମା ପଡ଼ିରହିଛି । ଏହାକୁ ନିଷ୍କ୍ରିୟ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି । ପିପିଲି ପୋଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି ।

ବୋମାମାଡ଼ ଘଟଣାରେ ସେହି ଗାଁର ଦୁଇ ଭାଇ ସମ୍ପୃକ୍ତ ଥିବାର ସୂଚନା ମିଳୁଛି । ତେବେ କାହିଁକି ବୋମାମାଡ଼ ହେଲା ? କ’ଣ କାରଣ, ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ଚାଲିଛି, ଶୀଘ୍ୟ ପ୍ରକୃତ ସତ ଜଣାପଡ଼ିବ ବୋଲି ପିପିଲି ଥାନା ଆଇଆଇସି କହିଛନ୍ତି ।