Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିର ରାଶିଫଳ…

ମେଷ: ବ୍ୟବସାୟ ସମ୍ବନ୍ଧୀୟ ନିଷ୍ପତ୍ତି ସକାରାତ୍ମକ ହେବ। ରାଜନୈତିକ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ଏବଂ ପରାମର୍ଶ ଆପଣଙ୍କ ବ୍ୟବସାୟକୁ ଏକ ନୂତନ ଦିଗଦର୍ଶନ ଦେବ। ସରକାରୀ ଚାକିରିରେ କୌଣସି ପ୍ରକାରର ବିପଦ ନେବାରୁ ଦୂରେଇ ରୁହନ୍ତୁ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ।

ବୃଷ: ନିଜ ପାଇଁ କିଛି ସମୟ ବାହାର କରିବା ଗୁରୁତ୍ୱପୂର୍ଣ୍ଣ। ଘରେ ସମ୍ପର୍କୀୟଙ୍କ ଆଗମନ ହେତୁ ଖର୍ଚ୍ଚ ଏବଂ କାର୍ଯ୍ୟଭାର ବୃଦ୍ଧି ପାଇବ। ଘର, ଗାଡ଼ି ଇତ୍ୟାଦି ସହିତ ଜଡିତ କାଗଜପତ୍ରକୁ ସୁରକ୍ଷିତ ଭାବରେ ରଖନ୍ତୁ।

ମିଥୁନ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି।

କର୍କଟ: ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ଦୀର୍ଘଦିନରୁ ଚାଲିଥିବା ପାରିବାରିକ ମତଭେଦ ଦୂର ହେବ। ଜୀବନସାଥୀଙ୍କଠାରୁ ଉପହାର ପାଇପାରନ୍ତି।

କନ୍ଯା: ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ।

ତୁଳା: କର୍ମକ୍ଷେତ୍ରରେ ତରତର ହେଲେ କାମ ବିଗିଡ଼ିଯାଇପାରେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଭିନ୍ନ କ୍ଷେତ୍ରରୁ ନିଜ ଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିପାରେ।

ବିଛା: ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ।

ଧନୁ: କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପରିବାର ସହ ହସ ଖୁସିରେ ସମୟ ବିତିବ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।

ମକର: ପରିଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ ଓ ନୂତନ ପଦକ୍ଷେପ ନେଇ ସ୍ଥଗିତ କାମର ପୁନଃ ଆରମ୍ଭ କରିବେ। ଭ୍ରାତୃବର୍ଗଙ୍କ ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

କୁମ୍ଭ: ଜମିଜମା, ସରକାରୀ ସୂତ୍ରରୁ ଅର୍ଥ, ଛୋଟ ବ୍ୟବସାୟ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ସହକର୍ମୀଙ୍କ ସହ ବିବାଦର ସମାଧାନ ଘଟିବ।

ମୀନ: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ