ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନା ଅଧିନ ଜଟେସିଂହା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଗୁରୁବାର ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରଜ୍ଞା ପାରମିତା ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ଯୋଗାଚାର୍ଯ୍ୟ ଡ. ଦ୍ବିତୀକୃଷ୍ଣ ପଣ୍ଡା ଯୋଗଦେଇ ଦୈନନ୍ଦିନ ଜୀବନରେ ବ୍ୟାୟାମ ଓ ପ୍ରାଣାୟାମ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଓ ଅଭ୍ୟାସ କରାଇଥିଲେ । ଏତତ୍ ବ୍ୟତୀତ ସ୍ବାସ୍ଥ୍ୟ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ , ରକ୍ତ ପରୀକ୍ଷଣ , ଶିଶୁ ସ୍ବାସ୍ଥ୍ୟ ପରୀକ୍ଷା ଆଦି ସଂପର୍କରେ ଆଲୋଚନା ହୋଇଥିଲା।ଏହି ଶିବିର ପ୍ରତିମାସ ଦ୍ବିତୀୟ ଗୁରୁବାର ଦିନ ଜଟେସିଂହା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ହେଉଥିବା ଯୋଗୁଁ ସମସ୍ତେ ଏହାର ସୁବିଧା ଉଠାଇବା ପାଇଁ ସଚେତନ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଅଷ୍ଟମୀ ସେଠୀ , ସର୍ବେଶ୍ଵର ଲୁହା , କିଶୋରୀ ପଧାନ , ରଞ୍ଜିତା ବାଘ , ଗୋପାଳ ପଣ୍ଡା , ରାକେଶ ବିଶ୍ବାଳ, ନବୀନ ବେହେରା , ପବିତ୍ର ପଧାନ , ବାସନ୍ତୀ ବାବୁ ପ୍ରମୁଖ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିବା ବେଳେ ମହିଳା ସ୍ବାସ୍ଥ୍ୟକର୍ମୀ ସଂଯୁକ୍ତା ସାହୁ, ଆଶାକର୍ମୀ ଗୀତାଞ୍ଜଳି ଭୋଇ, ଭାନୁମତୀ ସାହୁ, ଗୀତାଞ୍ଜଳି ସେଠୀ , ଅନସୁୟା ମଲ୍ଲିକ, ସୁକାନ୍ତି ସାହୁ , ଗୀତା ଞ୍ଜଳି ଜଗଦଲା,ଝୁନୁ ଖମାରୀ , ପୁଷ୍ପା ପଧାନ , ପୂର୍ଣ୍ଣମାସୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।
ଜଟେସିଂହା ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ
