Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖ୍ୟମନ୍ତ୍ରୀଙ୍କୁ ଚିଠି,ମୋ ଗାଁ କୁ ରାସ୍ତା

ସମ୍ବଲପୁର:କିସିଣ୍ଡା ପୋଷ୍ଟ ଅଫିସରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଏକ ଚିଠି ପୋଷ୍ଟ ହୋଇଛି ଆଜି। ଚିଠି ଲେଖିଛନ୍ତି ଜଣେ କୁନି ଝିଅ। ଏହି କୁନି ଝିଅଙ୍କ ଚିଠିର ବିଷୟ ହେଉଛି ମୋ ଗାଁ କୁ ରାସ୍ତା।
ଯେ କେହିନା ଶୁଣିଲେ ଆଶ୍ଚର୍ଯ୍ୟ ହେବ ନିଜ ଭାଷା ଓ ନିଜ ହସ୍ତାକ୍ଷରରେ ମାଛୁଡ଼ିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ସ୍ନେହ ସ୍ନିଗ୍ଧା ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ୟାର ସମାଧାନ ହେବ ବୋଲି ବଡ଼ ବିଶ୍ୱାସ କରିଛନ୍ତି।
ନାକଟିଦେଉଳ ବ୍ଲକର କିସିଣ୍ଡା ପଞ୍ଚାୟତ ଅଧୀନରେ ଆସୁଥିବା ଖମାରବାହାଲରୁ ମାଛୁଡିହି ସ୍କୁଲ ପର୍ଯ୍ୟନ୍ତ ନିତିଦିନିଆ ରାସ୍ତା ନିର୍ମାଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ମୋ ଗାଁ କୁ ଭଲ ରାସ୍ତା ଟିଏ ନାହିଁ। ଫଳରେ ପାହାଡିଆ ଘାଟି ରାସ୍ତାରେ ପଡି ବାରମ୍ବାର ଆମେ ସବୁ ଖଣ୍ଡିଆ ଖାବରା ହେଉଛୁ। ଖମାରବାହାଲ ରୁ ମାଛୁଡ଼ିହିକୁ ରାସ୍ତା ନିର୍ମାଣ ହେଲେ ଶିଶୁ ବାଟିକାରେ ପଢ଼ୁଥିବା ଶିଶୁ ଓ ତାଙ୍କ ସହପାଠୀ ମାନେ ଉପକୃତ ହେବେ। ଗାଁକୁ ରାସ୍ତା ପାଇଁ ଜଣେ କୋମଳମତୀ କୁନି ଝିଅର ଏହି ଚିଠି ପଞ୍ଚାୟତ ଠାରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇଥିବା ବେଳେ ଏଭଳି ସ୍ବର୍ଶ କାତର ଚିଠିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ କ’ଣ ଉତ୍ତର ଆସୁଛି ତାହା ଭିନ୍ନ କଥା, କିନ୍ତୁ ଏହି କୁନି ଝିଅର ବୁଦ୍ଧି ଓ ସାହାସିକତାକୁ ନେଇ ବଡ଼ ଚର୍ଚ୍ଚା ଖମାରବାହାଲକୁ ବିକାଶ ଛୁଇଁ ପାରିବତ?
ଏଠାରେ ସୂଚନା ଯୋଗ୍ୟଯେ, ଭାରତ ସ୍ୱାଧୀନତା ପରଠୁ କିସିଣ୍ଡା ଭଳି ଦୁର୍ଗାମାଞ୍ଚଳର ବିକାଶ ପ୍ରତି ସରକାର ଓ ପ୍ରଶାସନ ଆଖି ମୁଜି ଦେଇଥିବାରୁ ମାଓବାଦୀ ଭଳି କାର୍ଯ୍ୟକଳାପ ଏଭଳି ଅଞ୍ଚଳରୁ ହିଁ ଜନ୍ମ ନେଇଥିଲା।ଜନ ପ୍ରତିନିଧି ଓ ପ୍ରଶାସନିକ ନୀରବତା ପଛରେ ଏହି କୁନି ଝିଅ ସ୍ନେହ ସ୍ନିଗ୍ଧାଙ୍କ କାମନା ଓ ଭାବନା ମୁଖ୍ୟମନ୍ତ୍ରୀଙ୍କୁ କେତେ ସ୍ବର୍ଶ କରୁଛି ତାହା ଏବେ ଦେଖିବାକୁ ବାକି ରହିଲା।