Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନୁମାନ ଜୟନ୍ତୀ ପାଇଁ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଆଜ୍ଞା ମାଳ,ଆଖଡା ଦଳ ନିଉତା

ସମ୍ବଲପୁରୀ:ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ହନୁମାନ ଜୟନ୍ତୀ କମିଟି ପୂଜାର୍ଚ୍ଚନା କରି ଆଜ୍ଞାମଳ ନିଆ ନେଇ ଗୁରୁବାର ଆଖଡା ଦଳଙ୍କୁ ନିଉତା କରିଛି।ମନ୍ଦିର ପ୍ରାଙ୍ଗଣରେ ରେ ଉଭୟ ପୁରୁଷ ଓ ମହିଳା ମାନେ ଆଖଡା ଖେଳ ପ୍ରଦର୍ଶନ କରିଥିଲେ ।ସହର ର ବିଭିନ୍ନ ଆଖଡା ଦଳ ର ଓସ୍ତାଦ ମାନଙ୍କୁ ସମ୍ମର୍ଦ୍ଧିତ କରିବା ସହ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆ ଗଲା ।ଆଖଡା ଓସ୍ତାଦ ସୁରେନ୍ଦ୍ର ନାଏକ, ପଞ୍ଚାନନ ରାଏ, ଭାଗ୍ୟବର ପାଣ୍ଡେ, କର୍ତ୍ତିକ ସାହୁ, ଆନନ୍ଦି ବେହେରା, ବିଜୁ ସେଠ, ସୁବ୍ରତ ତରିଆ, ସୋମନାଥ ପଟ୍ଟନାୟକ, ସଞ୍ଜୀବ ବାଗ, ଯୋଗେଶ ବହିଦାର, ଲକ୍ଷ୍ମଣ ଖାତି, ପଞ୍ଚା ମେହେର, କଳ୍ପନା କିଷାନ, ରିଙ୍କି ଲୁହାର, ଅମିତ ସୋନି, ରଘୁ ବେହେରା, ଜିତେନ୍ଦ୍ର ଜାଲ, ପ୍ରଦୀପ ଜୟସୱାଲ ପ୍ରମୁଖ ଙ୍କୁ ସମ୍ମର୍ଦ୍ଧିତ କରାଗଲା ଓ ହନୁମାନ ଜୟନ୍ତୀ ରେ ଆଖଡ଼ା ଦଳ କୁ ସାମିଲ ହେବାକୁ ନିଉତା ଦିଆଗଲା।ହନୁମାନ ଜୟନ୍ତୀ ସମନ୍ୱୟ ସମିତି ର ସଭାପତି ଜୟ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ରାଜୀବ ଶତପଥୀ, ମୁଖ୍ୟ ସଂଯୋଜକ ଜୟବ୍ରତ ଦେ ଙ୍କ ସମେତ ଗୋବିନ୍ଦ ଅଗ୍ରୱାଲ, ଅନିଲ ବେହେରା ଡ.ପ୍ରମୋଦ ରଥ, ସୁଶାନ୍ତ ପୁରୋହିତ, ମାନସ ରଞ୍ଜନ ବକ୍ସି, ଆଶିଷ ବାବୁ, ଅନୁପ ତରିଆ, ରାମଦାଶ ପଣ୍ଡା, ରାମ ଚନ୍ଦ୍ର ମେହେର, ଅନୁପ ଲାଟା, ପ୍ରଭୁଦତ୍ତ ପଣ୍ଡା, ରୋଚିସ ଦେ, ସୀତାକାନ୍ତି ମେସୁଆ, କଞ୍ଚାନ ଲୁହା ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ