Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପି.ଏମ.ଶ୍ରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟର ବାର୍ଷିକୋତ୍ସବ

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ର ଅର୍ଡାବାହାଲସ୍ଥିତ ପି ଏମ ଶ୍ରୀ ଘୋଷିତ ଉଚ୍ଚ ମାଧ୍ୟମିକ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅଧ୍ୟକ୍ଷ ରଞ୍ଜନ ନାୟକ ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଜିଲ୍ଲା କଲ୍ୟାଣ ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା ମୁଖ୍ୟ ଅତିଥି ,ସମାଜ ସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ସ୍ଵତନ୍ତ୍ର ଅତିଥି, ଭୋଜପୁରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଇରୀନା ମିଞ୍ଜ, ଟିକିଲି ପଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା,ଅର୍ଡ ବହଳ ବାଳିକା ଉଚ୍ଚ ବିଦ୍ୟାଳୟର ହରିହର ନାଏକ, ସମିତି ସଭ୍ୟା ଚଂପବତି ବେହେରା, ସାମ୍ବାଦିକ ବିରଞ୍ଚି ନାରାୟନ ଦାର୍କା ଓ ଅବସର ପ୍ରାପ୍ତ ଶିକ୍ଷକ ସୌଭାଗ୍ୟ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସେମାନେ ତାଙ୍କ ବକ୍ତବ୍ୟ ରେ ଛାତ୍ରୀ ଗଣ ଭବିଷ୍ୟତ ର ସୁନଗରିକ ହେବାକୁ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଥିଲେ । ଅତିଥି ଗଣ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ଶୁଭ ଲକ୍ଷ୍ମୀ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପୁରସ୍କାର ବିତରଣ ଉତ୍ସବ କୁ ବରିଷ୍ଟ ଅଧ୍ୟାପିକା ତୃପ୍ତି ପଟେଲ ପରିଚାଳନା କରିଥିଲେ ।ଶେଷରେ ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ