ବୀରମହାରାଜପୁର : (ସୌମିତ୍ରି ମେହେର) ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ ତହସିଲଦାର l ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଘଣ୍ଟାରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଖେଳ ପଡ଼ିଆରେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଅଛି l କାର୍ଯ୍ୟକ୍ରମରେ ସୁବଳୟା , ପିତା ମହୁଲ , ସଂଗ୍ରାମପୁର , କମିରା ଏବଂ ଯଟେସିଙ୍ଗା ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ପୁରୁଷଙ୍କ ସମାଗମ ହୋଇଥିଲା l ସୁବଳୟା ଡାକ୍ତର ଲିପୁନ କୁମାର୍ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ତହସିଲଦାର ସୁଶ୍ରୀ ସୂଚିଶ୍ମିତା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ୍ କରିଥିଲେ I ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର , କମିରା ସରପଞ୍ଚ ଅନୁଷାୟା ପ୍ରଧାନ , ସଂଗ୍ରାମପୁର ସରପଞ୍ଚ ଅଳକା କର୍ମୀ , ପିତାମହୁଲ ସରପଞ୍ଚ ପ୍ରତିନିଧି ପ୍ରଦୀପ ବଢିଆ , ଜଟେସିଙ୍ଗା ସରପଞ୍ଚ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ ଅତିଥିଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି l କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପୂର୍ବରୁ ଅତିଥି ମାନେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା କରିଥିଲେ l ପରେ ମୁଖ୍ୟ ଅତିଥି ତହସିଲଦାର ବୀରମହାରାଜପୁର ସୁଶ୍ରୀ ଶୁଚିସ୍ମିତା ପାଣିଗ୍ରାହୀ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର୍ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ତିନୋଟି ଯାକ ଯାଯୋନ ଉପରେ ସବିଶେଷ ମାର୍ଗଦର୍ଶନ କରିଥିଲେ l କଟକ ବାଲିଯାତ୍ରା ପଡ଼ିଆରୁ ଭାରତର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଯେ ପି ନଡ୍ଡା ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ଜନସାଧାରଣଙ୍କୁ ଏହାର ସିଧା ପ୍ରସାରଣ ଦେଖାଯାଇଥିଲା l ତେବେ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ସୁଶାନ୍ତ କୁମାର୍ ପ୍ରଧାନଙ୍କ ସମେତ,ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବାବେଳେ,ଆଜି ପ୍ରଥମ କରି ସୁବଳୟା ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଭୁକ୍ତ ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ରରୁ ୩୦ ଜଣ ଲଭlର୍ଥିଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଲଭlର୍ଥିଙ୍କୁ ଏହି କାର୍ଡ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି l କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ସିପୁନ କୁମାର୍ ରାଉଳ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମାଜସେବୀ ଦ୍ଵିତୀକୃଷ୍ଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ଏହି ଯୋଜନାରେ ରାଜ୍ୟର ଏକ କୋଟି ପରିବାରର ୩.୫୦ କୋଟି ଲlଭର୍ଥି ଏହି ଯୋଜନାର ସୁଫଳ ପାଇବେ ବୋଲି ସିଧା ପ୍ରସାରଣରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହlଲିଂ ରାଜ୍ୟବାସୀଙ୍କୁ ଅବଗତ କରିଥିବାବେଳେ , ରାଜ୍ୟର ୧୪୦୫ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକାବେଳେକେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ଜଣା ପଡ଼ିଛି l
ସୁବଳୟା ରେ ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ
