Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୟାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ହନୁମାନ ଜନ୍ମତ୍ସବ:ପଡିଆବାହାଲରୁ ଖଲିଆପାଲି ହନୁମାନ ମନ୍ଦିର ଯାଏ ବିରାଟ ଶୋଭାଯାତ୍ରା

ସମ୍ବଲପୁର:ଶ୍ରୀରାମ ଧ୍ୱନୀ ରେ ଗର୍ଜିଲା ପଡିଆବାହାଲ। ଜୟ ଶ୍ରୀରାମ ଓ ଜୟ ବଜରଙ୍ଗ ବଳି ନାରା ଦେଇ ସ୍କୁଲ ଶିକ୍ଷାର୍ଥୀ ମାନେ ବିଭିନ୍ନ ବେଶରେ ଆଜି ପଡିଆବାହାଲ ଆରୋଗ୍ୟ କେନ୍ଦ୍ର ନିକଟରୁ ପଡିଆବାହାଲ ବଜାର ଦେଇ ଖଲିଆପାଲି ହନୁମାନ ମନ୍ଦିର ଯାଏ ଏକ ବିରାଟ ପଟୁଆରରେ ଯାଇ ଶୋଭାଯାତ୍ରା କରିଛନ୍ତି।ସମସ୍ତ ଶିକ୍ଷାର୍ଥୀ ଗେରୁଆ ବସ୍ତ୍ର ପରିଧାନ କରି ଏକ ଭାବାବେଗ ପରିବେଶ ସୃଷ୍ଟି କରିଥିଲେ।
ସ୍ଥାନୀୟ ଦୟାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ହନୁମାନ ଜନ୍ମତ୍ସବ ଅବସରରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ନାରିକେଳ ଫଟାଇ ଓ ପତାକା ଦେଖାଇ ଏହା ଉଦଘାଟନ କରିବା ପରେ ହନୁମାନ, ଶ୍ରୀରାମ, ଲଷ୍ମଣ, ସୀତା ପ୍ରଭୃତି ବେଶ ଭୁଷାରେ ବଜରଙ୍ଗୀ ପତାକା ଧରି ଏହି ଶୋଭାଯାତ୍ରା ବାହାରି ଖଲିଆପାଲି ହନୁମାନ ମନ୍ଦିର ଠାରେ ପହଞ୍ଚିଥିଲା। ସେଠାରେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗର, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ହନୁମାନ ମନ୍ଦିର ପ୍ରତିଷ୍ଠାତା ସଞ୍ଜୀବ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବାନନ୍ଦ ଭୋସାଗର ଓ ମନ୍ଦିର ପୁରୋହିତ ଅଭୟ କୁମାର ନାୟକ
ପ୍ରମୁଖ ସ୍ୱାଗତ କରି ମନ୍ଦିର ଦର୍ଶନ କରାଇଥିଲେ। ଏହି ସମୟରେ ଶିକ୍ଷାର୍ଥୀ ମାନେ ହନୁମାନ ଚାଳିଶା ପାଠ କରିବା ସହିତ କରାଟେ ପ୍ରଦର୍ଶନ କରିଥିଲେ।ଏହା ଖୁବ ଚିତ୍ତାକର୍ଷକ ହୋଇଥିଲା।ଦୟାନନ୍ଦ ପବ୍ଲିକ ସ୍କୁଲର ସଂଯୋଜିକା ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ ଓ ସ୍କୁଲ ଅଧ୍ୟକ୍ଷ ସଚିନ ଚୌହାନ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଚମୁଖୀ ହନୁମାନ ମନ୍ଦିର କମିଟି ଓ ପଡିଆବାହାଲ ଅଞ୍ଚଳବାସୀଙ୍କ ପକ୍ଷରୁ ମଧ୍ୟ୍ୟ ଏହି ପରିକ୍ରମା ଶୋଭାଯାତ୍ରାକୁ ସ୍ୱାଗତ କରାଯାଥିଲା।