ଜ୍ବାଇଁ ସହ ଶାଶୁ ଫେରାର ଘଟଣା : ଶ୍ବଶୁର କହିଲେ ସାଙ୍ଘାତିକ କଥା


ଅଲିଗଡ଼ର ଶାଶୁକୁ ନେଇ ଜ୍ବାଇଁ ଫେରାର ହେବା ଘଟଣା ସାରା ଭାରତ ବର୍ଷରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ୯ ଦିନ ପୂର୍ବରୁ ଜ୍ବାଇଁ ଶାଶୁଙ୍କ ଚୋରା ପିରତି ପଦାରେ ପଡ଼ିଛି । ତେବେ ଏମାନେ ଫେରାର ହେବାର ପାଞ୍ଚ ଦିନ ପୂର୍ବରୁ କଣ ଘଟିଥିଲା ଏନେଇ ଗଣମାଧ୍ୟମ ଆଗରେ ସାଙ୍ଘାତିକ ସତ କହିଛନ୍ତି ମହିଳାଙ୍କ ସ୍ବାମୀ । ସେ କହିଛନ୍ତି କି, ମୋ ସ୍ତ୍ରୀ ପ୍ରଥମେ ଜ୍ବାଇଁଙ୍କ ଦେହ ଖରାପ କହି ଯାଇଥିଲା । ମୁଁ ଭାବିଥିଲି କି, ଜ୍ବାଇଁଙ୍କ ସେବା କରିବା ପାଇଁ ଯାଇଛି । କହିଥିଲା କି, ଜ୍ବାଇଁ ଅସୁସ୍ଥ ଅଛନ୍ତି । ତେବେ ପାଞ୍ଚ ଦିନ ରହିବା ପରେ ଜ୍ବାଇଁ ଆଣି ଛାଡ଼ି ଦେଇ ଯାଇଥିଲେ । କିନ୍ତୁ ପରଦିନ ଯେତେବେଳେ ଘରୁ ସୁନା ଗହଣା ସାଙ୍ଗକୁ ନଗଦ ୩ ଲକ୍ଷ ଟଙ୍କା ନଥିଲା ଏହାପରେ ସନ୍ଦେହ ବଢ଼ିଥିଲା ।

ଆମେ ପ୍ରଥମେ ଏଭଳି ପାପ ସମ୍ପର୍କ କଥା ଭାବି ନଥିଲୁ । କିନ୍ତୁ ଜାଣିଲା ବେଳକୁ ସେମାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ନାଁରେ ଅଭିଯୋଗ କରାଯାଇଥିବାବେଳେ ପୋଲିସ ଏବେ ସେମାନଙ୍କୁ ଖୋଜୁଛି । ଶେଷଥର ପାଇଁ ସେମାନେ ଉତ୍ତରାଖଣ୍ଡର ରୁଦ୍ରପୁରରେ ରହିଥିବା ଜଣା ପଡ଼ିଥିଲା । ଏବେ ଉଭୟଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି । ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ଟଙ୍କା ଏବଂ ଗହଣା ନେଇ ଫେରାର ହୋଇଥିବାରୁ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ମୋ ଜୀବନର ସବୁ ଧନ ସେମାନେ ନେଇ ପଳାଇଛନ୍ତି । ମୋ ଝିଅକୁ ବାହା ଦେବା ବେଳେ ଆଉ କଣ ଦେବି ।