ମା ଗୁମୁଳେଶ୍ୱରୀ ମନ୍ଦିର ରେ ଚୈତ୍ର ପୂର୍ଣ୍ଣିମା


ସମ୍ବଲପୁର:ବନ ପାହାଡ଼ ଘେରା ପ୍ରାକୃତିକ ଶୋଭା ମଣ୍ଡନ କରୁଥିବା ସାପମ୍ପଲହରା ନିକଟସ୍ଥ ଗୁମୁଳେଶ୍ୱରୀ ମନ୍ଦିରରେ ଆଜି ଚୈତ୍ର ପୂର୍ଣ୍ଣମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମାଙ୍କ ପୂଜାର୍ଚନା ସହିତ ଏକ ଯଜ୍ଞ ମଧ୍ୟ୍ୟ ଆୟୋଜିତ ହୋଇଥିଲା।ଏଥିରେ ନରେଶ ପ୍ରଧାନ ଓ ଟିକି ପ୍ରଧାନ ମୁଖ୍ୟ କର୍ତ୍ତା ଭାବେ ରହି ସମସ୍ତ ଆୟୋଜନ କରିଥିବା ବେଳେ ଚିତ୍ତ ନେଗୀ ଓ ନବୀନ ଭଇଁସା ସପତ୍ନୀକ ସହ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଯଜ୍ଞ ରେ ଗୁପ୍ତେଶ୍ୱର ଷଡ଼ଙ୍ଗୀ ଓ ମନ୍ଦିରରେ ଅଶୋକ ଷଡ଼ଙ୍ଗୀ ପୂଜା କର୍ମ କାଣ୍ଡ ସମ୍ପାଦନ କରିଥିଲେ।
ଏହି ଅବସରରେ ବରଙ୍ଗମାଳ ଓ କୁଲସର ର ସଂକୀର୍ତ୍ତନ ଦଳ, ବଡ଼ସାହିର ଗ୍ରାମର କୃଷ୍ଣ ଗୁରୁ ଓ ବଲଣ୍ଡା ଗ୍ରାମର ସନ୍ତୋଷ ଧୂରୁଆଙ୍କ ପାଲା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା ଓ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗର ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସୁରୁ ମହାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।