Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ୱତନ୍ତ୍ର ବ୍ଲକ ଗଠନ ନେଇ ପ୍ରସ୍ତୁତି ସଭା

ସମ୍ବଲପୁର:ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଜୁଯୋମୁରା ବ୍ଲକ ବିଭାଜନ ପାଇଁ ଆଜି ପଡ଼ିଆବାହାଲ ଜୟ ଦୁର୍ଗା ପାଠାଗାର ଠାରେ ବାହାମ ସରପଞ୍ଚ ସରସ୍ବତୀ ଭୁସାଗରଙ୍କ ଅଧ୍ୟକ୍ଷତାରେ ଜୁଯୋମୁରା ଜୋନ ୧ର ସମସ୍ତ ପଞ୍ଚାୟତ ସହ ଅନ୍ୟ କେତୋଟି ପଞ୍ଚାୟତ କୁ ନେଇ ଏକ ନୂତନ ବ୍ଲକ ଗଠନ ପାଇଁ ସରକାରଙ୍କ ଦୋହରା ଦାବି ରଖିବାକୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଦୀର୍ଘ ଦଶନ୍ଧି ତଳେ ଏହି ଦାବି ଉପରେ ସରକାରଙ୍କ ବିଚାରାଧୀନ ରହିଛି।ଏପରିକି ପଞ୍ଚାନନ ପଣ୍ଡା ବ୍ଲକ ଚେୟାରମ୍ୟାନ ଓ ଏସ ଏନ ତ୍ରିପାଠୀ ଜିଲ୍ଲାପାଳ ଥିଲାବେଳେ ଏହି ପ୍ରସ୍ତାବ ଉପରେ ସକାରାତ୍ମକ ସୁପାରିଶ ଯାଇଥିଲେ ସୁଦ୍ଧା ଆଜିଯାଏ ଏହା କାର୍ଯ୍ୟକ୍ଷମ ହୋଇ ପାରି ନଥିବା ସଭାରେ ମତ ପ୍ରକାଶ ପାଇଥିଲା। ଜୁଯୋମୁରା ବ୍ଲକ ଜୋନ -୧ ପାଇଁ ସାମାଜିକ, ଗମନା ଗମନ, ଭୌଗଳିକ ସବୁ ଦୃଷ୍ଟି କୋଣରୁ ସମସ୍ୟା ହୋଇଥିବାରୁ ସ୍ୱତନ୍ତ୍ର ବ୍ଲକ ଦାବି ନେଇ ଦୀର୍ଘ ଦଶନ୍ଧି ଧରି ଏହି ଦାବି ହୋଇ ଆସୁଛି। ଏପରିକି ବ୍ଲକ ସ୍ତରୀୟ କୌଣସି ସାମାଜିକ କାମରେ ଜୁଯୋମୁରା ଅଞ୍ଚଳର କେତୋଟି ପଞ୍ଚାୟତକୁ ବାଦ ଦେଲେ ଜୁଯୋମୁରା ଜୋନ-୧ ର କୌଣସି ପ୍ରତିନିଧିତ୍ୱ ଅବା ଉପସ୍ଥିତି ଦେଖିବାକୁ ମିଳିନଥାଏ। ବ୍ଲକ କର୍ତୃପକ୍ଷ ମଧ୍ୟ୍ୟ ଏକ୍ଷେତ୍ରରେ ପାତର ଅନ୍ତର କରିବା ଦୀର୍ଘ ଦିନର ମୁକସାକ୍ଷୀ ହୋଇରହିଛି। ଏପରିକି ଜନ ଶୁଣାଣି ଉଭୟ ଜୋନରେ ହେବାକୁ ବହୁ ଥର ନିଷ୍ପତ୍ତି ହୋଇଥିଲେବି ଜୋନ -୧ରେ ଆଜିଯାଏ ଏହା ହୋଇପାରୁନି।ଆଜିର ବୈଠକରେ ଅଞ୍ଚଳର ସମସ୍ତ ଜନ ପ୍ରତିନିଧି, ଅନୁଷ୍ଠାନ ମୁଖ୍ୟ, ବୁଦ୍ଧି ଜିବି ଓ ନେତୃସ୍ଥାନୀୟ ଲୋକଙ୍କୁ ନେଇ ଏଭଳି ବିଭିନ୍ନ ବିଷୟରେ ଅଆଲୋଚନା କରାଯାଇ ସ୍ୱତନ୍ତ୍ର ବ୍ଲକ ହିଁ ପ୍ରଶାସନିକ ସେବା ପାଇଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଇଥିଲା।ସ୍ୱତନ୍ତ୍ର ବ୍ଲକ ଗଠନ ଉପରେ ବିସ୍ତୃତ ଆଲୋଚନା କରି ନୂତନ ବ୍ଲକ ଗଠନ ପାଇଁ ସରକାରଙ୍କ ଠାରେ ପୁଣି ଦାବି ଉପସ୍ଥାପିତ କରିବାକୁ ସ୍ଥିର ହେଲା l ସଭାରେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ସମାଜସେବୀ ଡା ରାଜାରାମ ଷଡ଼ଙ୍ଗୀ, ସୁବୋଧ କୁମାର ବେହେରା, ନରେଶ ପଧାନ, ଅଶ୍ଵିନୀ ମିଶ୍ର, ଯୁବନେତା ଶକ୍ତିପ୍ରସନ୍ନ ବଡ଼ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପ୍ରମୋଦ କୁମାର ମିଶ୍ର, ସରପଞ୍ଚ ଜଗତେଶ୍ଵର ମିର୍ଦ୍ଧା, ସମିତି ସଭ୍ୟା ବନିତା ଓରାମ, ଟିକି ପଧାନ, ଝସକେତନ ନାୟକ,ଦେବାନନ୍ଦ ଭୋସାଗର,ସାମ୍ବାଦିକ ରାଧାମୋହନ ଷଡ଼ଙ୍ଗୀ, ଦୀପକ କୁମାର,ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।