ମନୀଷ ର ଭବିଷ୍ୟତ ନିର୍ମାଣ ପାଇଁ ଆୱର୍ ହେଲପିଙ୍ଗ ହେଣ୍ଡ ର ସଫଳ ପ୍ରୟାସ


ସମ୍ବଲପୁର: ସମ୍ବଲପୁର ର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆୱର୍ ହେଲପିଙ୍ଗ ହେଣ୍ଡ ର ସଫଳତା ରେ ଆଉ ଏକ ପୃଷ୍ଠା ଯୋଡି ହୋଇଛି । ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳ ର ଦଲଦଲିପଡ଼ା ଏକ ଗରିବ ବସ୍ତି ଅଞ୍ଚଳ । ସେଠାରେ ରହୁଥିବା ମନିଶ ସୁନା ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖାଇଛି । ବାପା ରାଜ କୁମାର ସୁନା ଦିନ ମଜୁରିଆ ଓ ମାଁ ମିନା ସୁନା ଅନ୍ୟ ମାନଙ୍କ ଘରେ କାମ କରନ୍ତି । ମନିଶ ଛୋଟ ବେଳୁ ପାଠ ପଢା ରେ ଆଗୁଆ । ଦଲଦଲିପଡ଼ା ର ନାନକ ରାମ ସରକାରୀ ବିଦ୍ୟାଳୟ ରେ ପାଠ ପଢୁଥିଲା ମନୀଷ । କ୍ଷେତରାଜପୁର ଅଞ୍ଚଳ ର ଅଗ୍ରଣୀ ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆୱର୍ ହେଲପିଙ୍ଗ ହେଣ୍ଡ ର ସଂଜୋଜିକା ସମାଜସେବୀ ଅନିତା ବାଗ ମାନିଶ କୁ ଛୋଟ ବେଳୁ ମାଗଣା ଶିକ୍ଷା ଦାନ କରି ଆସୁଥିଲେ ।
ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷାରେ ମନୀଷ ୧୪ ନମ୍ବର ସ୍ଥାନ୍ ରେ ଉତ୍ତୀର୍ଣ୍ଣ ହୋଉଛି । କେବଳ ମାଗଣା ଶିକ୍ଷା ଦାନ ନୁହେଁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ମନୀଷ ର ନାମ ଲେଖା ପାଇଁ ଆବଶ୍ୟକୀୟ ସରକାରୀ କାଗଜପତ୍ର ମଧ୍ୟ ଅନିତା ବାଗ ନିଜ ପ୍ରଚେଷ୍ଟା ରେ କରେଇ ଥିଲେ ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପ୍ରବେଶିକା ପରୀକ୍ଷା ର ଫର୍ମ ଦାଖଲ ଠୁଁ ଆରମ୍ଭ କରି ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଇତ୍ୟାଦି ବ୍ୟବସ୍ଥା କରିବାରେ ଶ୍ରୀମତୀ ବାଗ ଯଥା ସମ୍ଭବ ସାହାଯ୍ୟ କରି ମନୀଷ ର ଭବିଷ୍ୟତ ନିର୍ମାଣ ଓ ସଫଳ ଜୀବନ ପାଇଁ ଦାୟିତ୍ବ ତୁଲାଇଛନ୍ତି । ଆଜି ଶ୍ରୀମତୀ ବାଗ ନିଜେ ଉପସ୍ଥିତ ରହି କଲାମାଟି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ମନୀଷ ର ନାମ ଲେଖାଇଛନ୍ତି । ଆଗକୁ ମନୀଷ ର ଉଜ୍ଜ୍ବଳ ଭବିଷ୍ୟତ ନିର୍ମାଣ ପାଇଁ ଯାହା ବି ଆବଶ୍ୟକ ହେବ ଆୱର୍ ହେଲପିଙ୍ଗ ହେଣ୍ଡ ଅନୁଷ୍ଠାନ ସହାୟତା ର ହାତ ବଢ଼ାଇବ ବୋଲି ଶ୍ରୀମତୀ ବାଗ ପ୍ରତିଶ୍ରୁତି ଦେଇଛନ୍ତି ।