Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଚୈତ୍ର ପୁର୍ଣିମୀ ଏବଂ କୁଲତା ଦିନ ପାଳିତ

ସମ୍ବଲପୁର:ଦାନୀପାଲି ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଚୈତ୍ର ପୁର୍ଣିମା ଅବସରେ କୁଲତା ଦିନ ପାଳନ ଏବଂ ଧ୍ବଜା ରୋହଣ କରାଯାଇଥିଲା ପୂର୍ବ ଦିନ ମନ୍ଦିର କମିଟି କର୍ମକର୍ତ୍ତା ମାନେ ମନ୍ଦିର ସଫେଇ କାର୍ଯ୍ୟ କରି ଥିବା ବେଳେ ରାତ୍ର ସମୟରେ ପୂଜକ ମାନଙ୍କ ଦ୍ୱାରା ରଣେଶ୍ୱର ରାମଚଣ୍ଡୀ ଏବଂ ପାର୍ଶ୍ୱ ଦେବ ଦେବୀ ଙ୍କର ନୂତନ ବସ୍ତ୍ର ପରିଧାନ ଏବଂ ଶୃଙ୍ଗାର ବେଶ ରେ ସଜ୍ଜିତ କରାଯାଇ ଥିଲ.ପୁର୍ଣିମୀ ଦିନ ସକାଳେ ପୂଜକ ଦେବୀ ପ୍ରସାଦ ଭୋଇ, ବାସୁଦେବ ଭୋଇ ଏବଂ ସୁଦାମ ପ୍ରଧାନ ରଣେଶ୍ୱର ରାମଚଣ୍ଡୀ ଏବଂ ସମସ୍ତ ଦେବ ଦେବୀ ଙ୍କ ସ୍ନାନ ପରେ ପୂଜା ଏବଂ କାର୍ଯ୍ୟ କରି ଥିଲେ କୁଲତା ସମାଜ କର୍ମକର୍ତ୍ତା ତଥା କୁଲତା ପରିବାର ସଦସ୍ୟ ଙ୍କର ଉପସ୍ଥିତି ରେ ମୁଖ୍ୟ ମନ୍ଦିର ଏବଂ ପାର୍ଶ୍ୱ ମନ୍ଦିର ନୂତନ ଧ୍ବଜା ଲଗା ଯାଇଥିଲା ରଣେଶ୍ୱର ରାମଚଣ୍ଡୀ ଙ୍କର ଠାରେ ଧ୍ବଜା ପୂଜା ପରେ ଶଙ୍ଖ ଘଣ୍ଟ ଧ୍ୱନି ରେ ଯୁବ ସଦସ୍ୟ ଦେବ ବ୍ରତ ବାରିକ ମନ୍ଦିର ଉପରେ ସମସ୍ତ ଧ୍ବଜା ବାନ୍ଧି ଥିଲେ ପରେ ରଣେଶ୍ୱର ରାମଚଣ୍ଡୀ ସମସ୍ତ ଦେବା ଦେବୀ ଏବଂ ହନୁମାନ ଙ୍କର ଆରତୀ କରିଯାଇ ପୁଷ୍ପାଞ୍ଜଳି କରାଯାଇ ଥିଲା । ଏହି ଅବସରରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିଲା । ଏହି ଅବସରରେ କୁଲତା ସମାଜ ରସଭାପତି କୃପାସିନ୍ଧୁ ଖମାରୀ କୁଲତା ଦିନ ର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଉପସଭାପତି ଦେବୋତ୍ତମ ପ୍ରଧାନ, ସମ୍ପାଦକ ରଞ୍ଜନ ପାତ୍ର ସହ ସମ୍ପାଦକ ଚିନ୍ମୟ ଭୋଇ, ସୁପ୍ରଭା ପ୍ରଧାନ, ବରିଷ୍ଠ ସଦସ୍ୟ ହାରାଧନ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ଆନନ୍ଦ ପ୍ରଧାନ, ଲକ୍ଷ୍ମଣ ପ୍ରାଧନ ସମାରୁ ବାରିକ,ସରୋଜ ପ୍ରଧାନ, ଦେବଦତ୍ତ ସାହୁ,ମୋତିଲାଲ ପାତ୍ର,ସ୍ବର୍ଣ୍ଣକାନ୍ତି ପ୍ରଧାନ, ଉର୍ମିଳା ବାରିକ, ରଶ୍ମିତା ଭୋଇ, ନଳିନୀ ପ୍ରଧାନ,ସେବା ସଦନ ର ତପ୍ତାବଧାରକ ରଘୁପାତ୍ର, ଛାତ୍ରା ବାସ ର ମଧୁସୁଦନ ଭୋଇ,ଜଳନ୍ଧର ପ୍ରଧାନ, ସୁନୀଲ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ।