କମିଶନର କଲୋନୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ


ସମ୍ବଲପୁର:ସମ୍ବଲପୁର କମିସନର କଲୋନୀ ସ୍ଥିତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣମଞ୍ଜରୀ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମର୍ପଣ ର ସଂଯୋଜକ ରାଧେଶ୍ୟାମ ପଣ୍ଡା ଏବଂ ଶିକ୍ଷୟିତ୍ରୀ ଆମୋଦ ଖମାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ବିଦ୍ୟାଳୟ ୯୫ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ରେ ବୃକ୍ଷର ଆବଶ୍ୟକତା ଏବଂ ବୃକ୍ଷ ର ଆବଶ୍ୟକତା,ବୃକ୍ଷ ଆମର ବନ୍ଧୁ ବୋଲି ପିଲାମାନଙ୍କୁ ଅବଗତ କରାଯାଇଥିଲା l ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ଜଣଅଜଣା ଲିଖିତ ପ୍ରତିଯୋଗିତା ହୋଇଥିଲା ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ଦିବସ ଦିନ ପୁରସ୍କୃତ କରାଯିବ l ବିଦ୍ୟାଳୟ ର ଆରାମ ବାନୋ, ସୂତପା ବିଶ୍ୱାଳ, ଭାବନା ତ୍ରିପାଠୀ, ସ୍ନେହଳତା ଯୋଶୀ, ପ୍ରଣତି ମହାପାତ୍ର, ଦିପ୍ତୀପୟୀ ପାଣି, ସଙ୍ଗୀତା ତ୍ରିପାଠୀ, ଟିକେଶ୍ୱର ପ୍ରଧାନ, ଆଲୋକ ଦାସ, ସତମନ ବାଗ, ଶମ୍ଭୁ ମହନନ୍ଦ ସହଯୋଗ କରିଥିଲେ।