Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଦାହରଣ ପାଲଟିଲେ ଦିବ୍ୟାଙ୍ଗ ରୋହିତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ପଞ୍ଚାୟତ ଖମାରବାହାଲ ଗ୍ରାମର ଦିବ୍ୟାଙ୍ଗ ଆଦିବାସୀ ଚାଷୀ ରୋହିତ ଭୋଇ ଉଦାହରଣ ସୃଷ୍ଟି କରିଛନ୍ତି।ଅନ୍ୟକୁ ରୋଜଗାର ଦେଇଛନ୍ତି।ସେ ଜଣେ ଆମ୍ବ ଚାଷୀ,ପ୍ରତି ବର୍ଷ ଦିଲ୍ଲୀ ର ମଦର୍ ଡାଇରୀ କୁ ସମ୍ବଲପୁରରୁ ଟ୍ରେନ ଯୋଗେ ଅନେକ ଉନ୍ନତ କିସମର ଆମ୍ବ ପଠାନ୍ତି।ଏବେ ତାଙ୍କ ପୋଖରୀରେ ୨୦ କୁଇଣ୍ଟାଲ୍ ମାଛ ଦେଶୀ ପଦ୍ଧତିରେ ନିଜସ୍ଵ ଜ୍ଞାନ କୌଶଳରେ ଦୁବ ଘାସ,କଦଳୀ ମଞ୍ଜ,ସଜନା ପତ୍ର ଦେଇ ଉତ୍ପାଦନ କରିଛନ୍ତି।କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ।କିନ୍ତୁ ଏବେ ରୋହିତ ଭୋଇ ଭିନ୍ନ ସୈଲିରେ ଆନ୍ଧ୍ର ରୁ ବତକ ଛୁଆ ଆଣି ବତକ ଚାଷ ମଧ୍ୟ କରୁଛନ୍ତି।ଅଣ୍ଡା ଦିଆ ବତକ ସହିତ ମାଂସାଳ ବତକ ମଧ୍ୟ ଅନେକ ପ୍ରଜାତିର ଅଛନ୍ତି।ଇଣ୍ଡିଆନ ରନର, ୱାଇଟ ପେକିଙ୍ଗ,ମୋତି ଓ ଖାକି କେମେଲ୍ ବତକ ବର୍ତ୍ତମାନ ଅଛନ୍ତି।ଏହାର ବଜାର ଚାହିଦା ରହିଛି।ଏହାର ବିହିତ ବିକାଶ ପାଇଁ ଆଜି ଆସିଷ୍ଟାଣ୍ଟ ଫିସେରୀ ଅଫିସର୍ ଆଦିତ୍ୟ ଭୋମିଜ ନାକ୍ଟିଦେଉଲ୍ ବ୍ଲକ୍ ଏବଂ ଆଶିଷ ଚନ୍ଦନ ରାୟ ଜେ ଏଫ୍ ଟି ଏ ରେଢ଼ାଖୋଲ ସ୍ୱତନ୍ତ୍ର ପରିଦର୍ଶନରେ ଆସି ଥିଲେ।ରୋହିତ ଭୋଇଙ୍କ ପୋଖରୀରେ ଆଦିତ୍ୟ ଭୋମିଜ୍ ନିଜ ହାତରେ ମାଛଧରି ସଫଳ ଚାଷୀ ଭାବେ ଶ୍ରୀ ଭୋଇଙ୍କୁ ପ୍ରଶଂସା କରିଥିଲେ।ରୋହିତ ଭୋଇ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି,ସରକାରୀ ସୁବିଧା କିମ୍ବା କୌଣସି ପ୍ରୋତ୍ସାହନ ରାଶି ମିଳିଲେ ମାଛ ଚାଷରେ ମଧ୍ୟ ମୁଁ ଅନେକ ରୋଜଗାର ସୃଷ୍ଟି କରିପାରିବି।ମୁଁ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ,ମୋତେ କୌଣସି ପ୍ରତିବନ୍ଧକ ଅଟକାଇ ପାରିନାହିଁ।ଆଗାମୀ ଦିନରେ ପୋଖରୀ ଖନନ,ଜାଆଁଳା ଅନ୍ୟାନ ସୁବିଧା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ପରାମର୍ଶ ଦେଇଛନ୍ତି।