ପିଉସୀ ପୁଅ ଭାଇକୁ ପିଟି ପିଟି ମାରିଦେଲା ଭାଇ


ବଲାଙ୍ଗୀର: ସକାଳୁ ସକାଳୁ ରାଜ୍ୟରେ ଦୁଇଟି ହତ୍ୟା । ରାଉରକେଲାରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ବେଳେ ବଲାଙ୍ଗୀରେ ଭାଇକୁ ଠେଙ୍ଗାରେ ପିଟି ପିଟି ମାରି ଦେଲା ଭାଇ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର କର୍ଲାପାଟ ଗାଁରେ ପିଉସୀ ପୁଅ ଭାଇ ବିଭୀଷଣ ଧରୁଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ଅଭିଯୁକ୍ତ ଭାଇ ପୁରୁନ୍ଧର ଧରୁଆ ।
ଅଭିଯୋଗ ଅନୁସାରେ, ଗତକାଲି ଗାଁରେ ନାମଯଜ୍ଞ ଚାଲୁଥିଲା । ବିଭୀଷଣ ନାମଯଜ୍ଞ ଦେଖୁଥିଲା । ଏହି ସମୟରେ ପଛପଟୁ ପୁରୁନ୍ଧର ଠେଙ୍ଗାରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିବ । ପୂର୍ବରୁ ମଧ୍ୟ ପୁରୁନ୍ଧର ନିଜ ଭାଇକୁ ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଥିଲା ।